ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା କଲେ ମହିଳା କମିଶନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆରଡି କଲେଜ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିଛନ୍ତି । ଘଟଣାକୁ ଗୁରୁତର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ଶୁଭଲକ୍ଷ୍ମୀଙ୍କ ପୂର୍ବତନ ପ୍ରେମିକ ଏମ୍‌ଏମ୍‌ଏସ୍‌ (MMs) ସୁଟିଂ କରି ସୋଶାଲ ମିଡିଆରେ ଭାଇରାଲ କରିବା ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ଜଣାପଡ଼ିଛି। ତେବେ ଏହି MMs କେଉଁଠୁ ସୁଟିଂ କରାଯାଇଥିଲା, ଏହି ଘଟଣାରେ କେଉଁମାନେ ସଂପୃକ୍ତି ରହିଛି ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସେହିପରି ପୁଲିସ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡକୁଛାନଭିନ୍ କରୁଛି। ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ? ଗତ ଦୁଇ ମାସ ମଧ୍ୟରେ କାହାକୁ  କଲ୍ କରିଥିଲେ ଓ କାହାକୁ ମେସେଜ୍ କରିଥିଲେ, ସେ ସବୁକୁ ତନ୍ନ ତନ୍ନ କରି ପୁଲିସ ଯାଞ୍ଚ କରୁଛି। ଶୁଭଲକ୍ଷ୍ମୀ  ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କରେ ଆସିବା ପରେ ସେ ବିଭିନ୍ନ ବାରରେ କାମ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛିା ଏହାସହ ଶୁଭଲକ୍ଷ୍ମୀ କମଳା ନେହରୁ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ । କିନ୍ତୁ ଦ୍ୱିତୀୟ ବର୍ଷରେ ଫର୍ମ ଫିଲପ୍ କରିନଥିବା କଲେଜ୍ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.