ସମ୍ପତି ପାଇଁ ବଡ଼ ଭାଇକୁ କୋଦାଳରେ ପିଟିପିଟି ମାରିଦେଲା ସାନ ଭାଇ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ପତି ପାଇଁ ବଡ଼ ଭାଇକୁ କୋଦାଳରେ ପିଟିପିଟି ମାରିଦେଲା ସାନ ଭାଇ । କୋଦାଳରେ ପିଟିପିଟି ହତ୍ୟା କଲା ସାନ ଭାଇ । ମୃତକ ବଡ ଭାଇ ଚକ୍ର ପ୍ରଧାନ ଏବଂ ସାନ ଭାଇ ମକର ପ୍ରଧାନ । ବାଉଁଶୁଣି ଥାନା ଜମଘାଟି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାନ ଭାଇ ମକର ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ବୌଦ୍ଧରେ ଜଣେ ନିର୍ମାଣ ଶ୍ରମିକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଛି । ଘଟଣା ପରେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଛି । ଏକ କମ୍ପାନୀର ନିର୍ମାଣଧିନ ପାଣି ଟାଙ୍କିରେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଶ୍ରମିକ ଜଣକ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି । କୁମରକାନି ଗ୍ରାମ କଳସୀବୁଡ଼ା ଘାଟରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମନମୁଣ୍ଡା ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁମାରକାନି ଗ୍ରାମର କଳସୀବୁଡ଼ା ଘାଟରେ ଏକ କମ୍ପାନୀ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ସେଠାରେ କାର୍ଯ୍ୟରତ ଥିବା ଜଣେ ଅଣ ଓଡ଼ିଆ ଶ୍ରମିକଙ୍କୁ କେହି ଦୁର୍ବୃତ୍ତ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡୁ କାଠ ଫାଳିଆ, ମଦ ବୋତଲ, ରୋଷେଇ ସାମଗ୍ରୀ ପଡ଼ିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଦୁର୍ବୃତ୍ତ ଶ୍ରମିକଙ୍କୁ ପିଟିପିଟ ହତ୍ୟା କରିଥିବା ଜଣାପଡିଛି ।

Leave A Reply

Your email address will not be published.