ବିଜୁ ଯୁବଜନତା ଦଳ “ସଂକଳ୍ପ ସମାବେଶ” ଓ ଆନ୍ଦୋଳନକୁ ହାସ୍ପ୍ୟାସ୍ପଦ କହିଲେ ଯୁବ ବିଜେପି ସଭାପତି,

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗତକାଲି ବିଜୁ ଯୁବଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରି ପ୍ରତ୍ୟେକ ଜିଲ୍ଲାରେ “ସଂକଳ୍ପ ସମାବେଶ” ଓ ଆନ୍ଦୋଳନ କରିବାର ନିଷ୍ପତି ନେଇଛି । ଏନେଇ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ୍ ଆଚାର୍ଯ୍ୟ ୨୩ବର୍ଷର ବିଜୁ ଯୁବଜନତା ଦଳଙ୍କ ଏଭଳି ନିଷ୍ପତି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି । ଇରାଶିସ୍ ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜୁ ଯୁବଜନତା ଦଳକୁ ପ୍ରଶ୍ନ କରିଛନ୍ତି ଯେ, ତୁମେମାନେ କ’ଣ ସଂକଳ୍ପ ନେଇଛ, ସଚିବଙ୍କ ବସ୍ତାନି ବୋହିବା ପାଇଁ ନା ତୁମର ମନ୍ତ୍ରୀ, ବିଧାୟକମାନେ ଯେପରି ଷ୍ଟେଜ ଓ ଚୌକି ପକାଇବା କାର୍ଯ୍ୟ କରୁଛନ୍ତି ସେଭଳି, ୫ଟି ସଚିବ ଯେଉଁ ରାଜ୍ୟରୁ ଆସିଛନ୍ତି ସେଠି ଓଡ଼ିଶାର ଯୁବକମାନେ ଦାଦନ ଖଟିବାକୁ ଯିବା ପାଇଁ? ନା ବେରୋଜଗାର ବଢ଼ାଇବା, ଝିଅ ଓ ବୋହୂମାନଙ୍କ ଇଜ୍ଜତ ନିଲାମ କରିବାର ସଂକଳ୍ପ ନେବେ କି? ରାଜ୍ୟ ସରକାରଙ୍କ ଗୁମାସ୍ତା ନହୋଇ ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଯୁବଜନତା ଦଳ ସଂକଳ୍ପ କରୁ ବୋଲି ଇରାଶିସ୍ ଆଚାର୍ଯ୍ୟ କହିଛନ୍ତି ।

ବିଜୁ ଯୁବଜନତା ଦଳ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ଉଠାଇବା ପାଇଁ ଭୟ କରୁଛି । କାରଣ ରାଜ୍ୟର ଯୁବପିଢ଼ିଙ୍କ ସମସ୍ୟାକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର । ଯୁବକମାନଙ୍କ ପାଇଁ ରାଜ୍ୟରେ ରୋଜଗାର ନାହିଁ । ଗାଁ ଗାଁରେ ଯୁବକ ମାନଙ୍କୁ ନିଶାରେ ବୁଡାଇ ରଖିଛନ୍ତି ରାଜ୍ୟ ସରକାର । ଓଡିଶାରେ ଏବେ ୯ଲକ୍ଷ ବେକାରୀ ରହୁଛନ୍ତି କିନ୍ତୁ ବିଜୁ ଯୁବଜନତା ଦଳ ଏନେଇ କୌଣସି ସ୍ୱର ଉଠାଉନାହିଁ ବରଂ ମିଛ କଥା କହି ଭୋଟ ରାଜନୀତି କରିବାରେ ଆଗଭର ବୋଲି ଇରାଶିସ୍ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ ସରକାର କଲେଜମାନଙ୍କରେ ନିର୍ବାଚନ ବନ୍ଦ କରି ଛାତ୍ରନେତା ତିଆରି କରିବାର ସୁଯୋଗ ବନ୍ଦ କରିଦେଲେ । କଲେକ୍ଟର,ଏସପି, ବ୍ଲକ, ବିଡିଓ, ତହସିଲଦାର ଇତ୍ୟାଦି ଚାକିରୀ ପରେ ନେତା ହେବେ । ଯେଉଁମାନେ ରାଜନୀତି କରିବେ ସେମାନେ ପ୍ରଶାସନିକ ଅଧିକାରୀଙ୍କ ଗୁମାସ୍ତା ହେବେ । ରାଜ୍ୟରେ କାହିଁକି ବେରୋଜଗାର ବଢ଼ୁଛି, ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ତାହାର ବିଜୁ ଯୁବଜନତା ଦଳ କୌଣସି ବ୍ୟବସ୍ଥା ନକରି “ସଂକଳ୍ପ ସମାବେଶ” କ’ଣ କରିବେ ବୋଲି ଇରାଶିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ସେହିପରି ଦୀର୍ଘ ୬ବର୍ଷ ପୁର୍ବରୁ ମହାନଦୀ ବଂଚାଅ ବୋଲି ନାରା ଦେଉଥିଲେ କିନ୍ତୁ କଆଡେ ଗଲା । ୫୨ପ୍ରତିଶତ ଜଳ ସଂରକ୍ଷଣ ହେବ ବୋଲି ରାଜ୍ୟ ସରକାର ମାଷ୍ଟର ପ୍ଲାନ କରିଥିଲେ କୁଆଡେ ଗଲା । ୧ ଅକ୍ଟୋବର ୨୦୨୦ରେ ବିଧାୟକ ରାଜକିଶୋର ଦାସ ଜଳସମ୍ପଦମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ “ମହାନଦୀବନ୍ଧ” ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ୭୦ଲକ୍ଷ କ୍ୱିବିକ୍ ପାଣି ସମୁଦ୍ରରେ ମିଶିଲା । ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଜଳସଂରକ୍ଷଣ ପାଇଁ ୧୧ଟି ବନ୍ଧ ନିର୍ମାଣ କରିବୁ । ବର୍ତମାନ ସୁଦ୍ଧା କେତୋଟି ବନ୍ଧ ନିର୍ମାଣ ହୋଇଛି, କେତୋଟି ବନ୍ଧନିର୍ମାଣଧିନ ଅଛି ଓ ବାକି ବନ୍ଧ ନିର୍ମାଣ ପାଇଁ ସରକାରୀ ଯୋଜନା ଅଛି କି ନାହିଁ? ଏହି ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମହାନଦୀ ଅବବାହିକାରେ କିଛି ବନ୍ଧ ନିର୍ମାଣର ପରିକଳ୍ପନା କରାଯାଇଥିଲା କିନ୍ତୁ ଏପର୍ଯ୍ୟ ହୋଇନାହିଁ । ଏହି ନଦୀବନ୍ଧକୁ ବାନ୍ଧିବାକୁ ରାଜ୍ୟ ସରକାରଙ୍କୁ “ଇନ୍ଦ୍ର ମନା କରିଛି ନା କେନ୍ଦ୍ର ମନାକରିଛନ୍ତି” ଏହାର ଉତର ରଖନ୍ତୁ ବୋଲି ଇରାଶିସ୍ ଆଚାର୍ଯ୍ୟ ଦାବି କରିଛନ୍ତି ।

ପୂର୍ବରୁ ମହାନଦୀ ଅବବାହିକାରେ ଲକ୍ଷ ଲକ୍ଷ ଚାରା ଲଗାଯାଇଥାନ୍ତା କିନ୍ତୁ ତାହାକୁ ମଧ୍ୟ ଘୋଟାଲା କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଧାନର ଏମଏସପି ୨୦୧୪ରେ ୧୩୧୦ଟଙ୍କା ଥିଲା ତାହା ୨୧୮୩ଟଙ୍କାରେ ପଂହଚିଛି । ରାଜ୍ୟ ସରକାରଙ୍କ ପାଇଁ ଚାଷୀ ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେବା ସହ ଧାନ ମଣ୍ଡିରେ ପଡିରହିଥିବାରୁ ଧାନ ଗଜା ହୋଇଗଲାଣି । ଏନେଇ ବିଜେପି ବାରମ୍ବାର ଆନ୍ଦୋଳନ କରୁଛି । ୨୦୧୭ରେ ମୁଖ୍ୟମନ୍ତ୍ରୀ ସୋହେଲା ଚାଷୀ ସମାବେଶରେ ୧୦୦ଟଙ୍କା ବୋନସ ଦେବେ ବୋଲି କହିଥିଲେ କିନ୍ତୁ ଏଯାଏଁ ମିଳିନାହିଁ । ମିଛୁଆ ମୁଖ୍ୟମନ୍ତ୍ରୀ ପାଇଁ ଆନ୍ଦୋଳନ କରିବେ ନା ଚାଷୀ ହକ ପାଇଁ ଆନ୍ଦୋଳନ କରିବ ବିଜୁ ଯୁବଜନତା ଦଳ ତାହାର ଉତର ରଖନ୍ତୁ ବୋଲି ଇରାଶିସ୍ ଆଚାର୍ଯ୍ୟ କହିଛନ୍ତି ।

 

Leave A Reply

Your email address will not be published.