ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ଫ୍ରିଜରେ ରଖିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବେଙ୍ଗାଲୁରୁ ପୁଲିସ୍ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି।
ଏକଥା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍ର ସ୍ୱତନ୍ତ୍ର ଟିମ ଓଡ଼ିଶା ଅଭିମୁଖେ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କର୍ଣ୍ଣାଟକାର ଗୃହ ମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି ଓଡିଶାରେ। ସେ ମୃତ ମହିଳାଙ୍କର ପ୍ରେମିକ ଥିଲା ଏବଂ ଏଠାରେ ଆସି ଅନେକ ସମୟରେ ରହୁଥିଲା। ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଛି।
ବର୍ତ୍ତମାନ ସେ ପଶ୍ଚିମବଙ୍ଗରେ ରହୁଥିବା ସୂଚନା ମିଳିଛି। ତାକୁ ଧରିବାକୁ ୬ଟି ଟିମ ଗଠନ କରାଯାଇଛି। କମିଶନର କହିଛନ୍ତି ଏହାଦ୍ୱାରା ତଦନ୍ତ ପ୍ରଭାବିତ ହେବ ଏବଂ ଅଭିଯୁକ୍ତକୁ ତାହା ସହାୟକ ହୋଇପାରେ। ସେ କହିଛନ୍ତି ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ। ତେବେ ଘଟଣା ସମ୍ପର୍କରେ ମୃତ ମହିଳାଙ୍କୁ ନେବା ଆଣିବା କରୁଥିବା ଜଣେ ବ୍ୟକ୍ତି ଓ ସଫିମଲରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଇଛି। ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଛି। ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଛି