ଜିକା ଭାଇରସକୁ ନେଇ ଆସିଲା କେନ୍ଦ୍ରର ଗାଇଡଲାଇନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜିକା ଭାଇରସକୁ ନେଇ ଚିନ୍ତାରେ ସରକାର ଓ ସାଧାରଣ ଜନତା । ଡେଙ୍ଗୁ, ମାଲେରିଆ ଓ ଚିକେନଗୁନିଆ ପରେ ଜିକା ଭାଇରସକୁ ନେଇ ସରକାରଙ୍କର ଚିନ୍ତା ବଢିଛି । ଦେଶର ଅନେକ ରାଜ୍ୟରେ ବୈଜ୍ଞାନିକମାନେ ଜିକା ଭାଇରସ ସମ୍ବନ୍ଧୀୟ ତଥ୍ୟର ପ୍ରମାଣ ପାଇଥିବା ପ୍ରକାଶ କରିଛନ୍ତି । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିକା ଭାଇରସକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସ୍ଥଳଭାଗରେ ନଜର ରଖିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁସାରେ ଦେଶର ଅନେକ ଅଞ୍ଚଳରେ ଏହି ଜିକା ଭାଇରସ ରହିଥିବା ଜଣାପଡ଼ିଛି । ସେହିପରି ଗତ ବର୍ଷ ଉତ୍ତରପ୍ରଦେଶ ଓ ଗୁଜୁରାଟ ଭଳି ଅନେକ ରାଜ୍ୟରେ ଜିକା ଭାଇରସ ମାମଲା ଦେଖିବାକୁ ମିଳିଥିଲା । ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ଡାକ୍ତର ନିବେଦିତା ଗୁପ୍ତାଙ୍କ କହିବା ଅନୁସାରେ ଗତ ବର୍ଷ ଦେଶର ୧୩ଟି ରାଜ୍ୟରେ ପାଖାପାଖି ୧୪୭୫ ରୋଗୀଙ୍କ ନମୁନା ପରୀକ୍ଷା କରାଯିବା ପରେ ୬୭ଜଣ ରୋଗୀଙ୍କ ନିକଟରେ ଏହି ଜିକା ଭାଇରସ ଦେଖିବାକୁ ମିଳିଥିଲା । ସେହିପରି ୧୨୧ ଡେଙ୍ଗୁ ରୋଗୀଙ୍କ ସହ ୧୦ ଜଣ ଚିକେନଗୁନିଆ ରୋଗୀ ମଧ୍ୟ ଚିହ୍ନଟ ହୋଇଥିଲେ । ତେଣୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ।

 

Leave A Reply

Your email address will not be published.