ଖୋର୍ଦ୍ଧା: ବେଗୁନିଆର ବାବା ହଟ୍ଟକେଶ୍ଵର ମହାଦେବଙ୍କ ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ଚମ୍ପଟ ମାରିଲେ ଚୋର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବେଗୁନିଆ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ଵର ମହାଦେବଙ୍କ ମନ୍ଦିରରୁ ଚୋରି ।ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ଚାବି ଭାଙ୍ଗି ଭିତରେ ପଶିବା ସହିତ ବାବା ହଟ୍ଟକେଶ୍ଵର ମହାଦେବଙ୍କ ରୁପା ନିର୍ମିତ ନାଗମୂର୍ତି, ଦାନବାକ୍ସ, ପାର୍ବତୀ ମନ୍ଦିରର ପାର୍ବତୀଙ୍କ ରୂପା ଅଳଙ୍କାର ଏବଂ ଜଗନ୍ନାଥ ମନ୍ଦିର ନିକଟରେ ମଠର କିଛି ଅଳଙ୍କାର ଇତ୍ୟାଦି ଚୋରି କରି ନେଇଛନ୍ତି ।

ତେବେ ପୂର୍ବରୁ ଏଠାରେ ଦୁଇ ଦୁଇଥର ଚୋରି ମଧ୍ଯ ହୋଇଥିବା ବେଳେ ଏଠାକୁ ମିଶାଇ ତିନିଥର ଚୋରି ହେଲାଣି ।ଆଜିର ଚୋରି ସବୁଠାରୁ ବଡ ଧରଣର ଚୋରି ହୋଇଥିବା ବେଳେ ଚୋରିର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.