ଓଡ଼ିଶାରେ ଲୁହା ପଥର ଖଣି ଖୋଳାରେ ଲଗାମ ନାହିଁ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଲୁହା ପଥର ଖଣି ଖୋଳାରେ ଲଗାମ ନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଘେରିଛି । ଓଡିଶାର ମାଟି ତଳେ ଥିବା ଲୁହା ପଥର ଉତୋଳନରେ ବ୍ୟାପକ ଦୁନୀତି ହେଉଥିବା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଆଉ ଏବେ ସେହି ଖଣି ଉତୋଳନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଖଣି ଉତୋଳନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ମାଟି ତଳେ କେତେ ଲୁହା ପଥର ଗଛିତ ଅଛି ? ଗଛିତ ଖଣିରୁ ବାର୍ଷିକ କେତେ ପ୍ରତିଶତ ଉତ୍ତୋଳନ କରାଯାଉଛି, ୮ସପ୍ତାହ ଭିତରେ ତାର ହିସାବ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି । ଏଥିସହ ଯେଉଁ ଖଣି ଲିଜଧାରୀ କମ୍ପାନୀ ବକେୟା ଦେୟ ଦେଇନାହାନ୍ତି, ତୁରନ୍ତ ସେମାନଙ୍କଠାରୁ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ ।

ଲୁହା ପଥର ଉତୋଳନ ଉପରେ କଟକଣା ନଲାଗିଲେ, ରାଜ୍ୟର ମାଟି ତଳେ ଯେତିକି ଲୁହା ପଥର ଗଛିତ ଅଛି, ତାହା ୨୦ ବର୍ଷରେ ଶେଷ ହୋଇଯିବ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ଆବେଦନକାରୀଙ୍କ ଓକିଲ । ଆବେଦନକାରୀଙ୍କ ପକ୍ଷ ରଖି ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ୪ ହଜାର ୭୪୮ ମିଲିୟନ ଟନ୍ ଲୁହାପଥର ଗଛିତ ଅଛି। ମାସିକ ୨୨୭ ମିଲିୟନ ଟନ୍ ଉତ୍ତୋଳନ କରାଯାଉଛି। ଏମିତି ଉତ୍ତୋଳନ ଚାଲିଲେ ୨୦ବର୍ଷରେ ଲୁହା ପଥର ସରିଯିବ।  କିନ୍ତୁ ସରକାରଙ୍କ ପକ୍ଷ ରଖି ଆଇନଜୀବୀ ରାକେଶ ଦ୍ୱିବେଦୀ କହିଛନ୍ତି, ରାଜ୍ୟରେ ନୂଆ ନୂଆ ଖଣିର ଉତ୍ସ ଚିହ୍ନଟ କରାଯାଉଛି । ତେଣୁ ଗଛିତ ଲୁହା ପଥର ଖଣିର ପରିମାଣ ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ରାଜ୍ୟର ମାଟି ତଳେ ୯ ହଜାର ୨୨୦ ମିଲିୟନ ଟନ୍ ଲୁହା ପଥର ରହିଛି । କୋର୍ଟ ଉଭୟ ପକ୍ଷର ଦାବି ଶୁଣିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ଆଉ ସୁପ୍ରିମକୋର୍ଟ ଖଣି ଉତୋଳନ ପ୍ରସଙ୍ଗରେ ଜବାବ ମାଗିବା ପରେ, ସାଂସଦ ଅପରାଜିତ ଷଡଂଗୀ ପ୍ରତିକ୍ରିୟା ରଖିଛନ୍ତି । ଏବଂ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି କଂଗ୍ରେସ ନେତା ପଂଚାନନ କାନୁନୁଗୋ ଖଣି ଉତୋଳନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ।

Leave A Reply

Your email address will not be published.