ବଡ ରେଳ ଦୁର୍ଘଟଣା ପାଇଁ ହୋଇଥିଲା ଷଡଯନ୍ତ୍ର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁଜରାଟର କିମ୍‌‌ ରେଳଷ୍ଟେସନ ନିକଟ ରେଳ ଧାରଣାରେ ଭୟଙ୍କର ଦୁର୍ଘଟଣା ପାଇଁ ହୋଇଥିଲା ଷଡଯନ୍ତ୍ର। ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ରେଳ ଧାରଣାରେ କିଛି ଅସାମାଜିକ ଲୋକମାନେ ଫିସ୍‌‌ ପ୍ଲେଟ ଏବଂ ତାହାର ଚାବି ଖୋଲି ଦେଇଥିବା ଜଣାପଡ଼ିଥିଲା। କିମ ରେଳ ଷ୍ଟେସନ ନିକଟରେ ଯାଞ୍ଚ ବେଳେ ଟ୍ରାକରୁ ଫିସ୍ ପ୍ଲେଟ ଏବଂ ନଟ୍ ଗୁଡିକୁ ଉଦ୍ଧାର କରାଯାଇଛି।

ଏନେଇ ପଶ୍ଚିମାଞ୍ଚଳ ରେଳବାଇର ଭଦୋଦରା ଡିଭିଜନ କହିଛି ଯେ କିଛି ଦୁବୁର୍ତ୍ତ ୟୁପି ଲାଇନରୁ କିଛି ଫିସ୍ ପ୍ଲେଟ ଏବଂ ନଟ୍ ଖୋଲି ସେହି ଟ୍ରାକରେ ରଖିଦେଇଥିଲେ, ଯାହା ଫଳରେ ଟ୍ରେନ ଚଳାଚଳ ଅଟକାଇ ଦିଆଯାଇଥିଲା ଏବଂ ଯାଞ୍ଚ ପରେ ଟ୍ରେନଗୁଡିକ ଗନ୍ତବ୍ଯସ୍ଥଳ ଅଭିମୁଖେ ଗଡିଥିଲେ।  ତେବେ ରେଳ କର୍ତ୍ତୃପକ୍ଷଙ୍କ ସତର୍କତା ଓ ତୁରନ୍ତ ପଦକ୍ଷେପ ଯୋଗୁଁଁ ଏକ ବଡ ଅଘଟଣ ଟଳି ଯାଇ ଟ୍ରେନ୍‌‌ ଚଳାଚଳ ଆରମ୍ଭ ହୋଇଥିଲା। ପଶ୍ଚିମ ରେଳପଥର ଭଡୋଦରା ଡିଭିଜନରେ ଏହି ଘଟଣା ଘଟିଥିଲା।

ରେଳବାଇ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କିମ ନିକଟରେ ପାଟ୍ରୋଲିଂ କରୁଥିବା ରେଳ ଲାଇନମ୍ୟାନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସୂଚନା ଦେଇଥିଲେ। ୍ରଦାନ କରିଥିଲେ। ପୋଲିସ ଅଭିଯୋଗକୁ ପଞ୍ଜୀକୃତ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

Comments are closed.