ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ୩ଦିନ ଧରି ହେବ ସର୍ଭେ କାର୍ଯ୍ୟ | ଦିନ ୨ଟା ରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ କାର୍ଯ୍ୟ କରାଯିବ | ଆଜିର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତନ୍ନ ତନ୍ନ କରି ହେବ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ। ଏହି ସମୟରେ ୩ ଦିନ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ରିପୋର୍ଟ ଆସିବା ପରେ ମରାମତି ଓ ଗଣତି ମଣତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏହି ସର୍ଭେ ୩ ଦିନ ଧରି ଚାଲିବ। ଆସନ୍ତା ୨୪ ତାରିଖ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଡାର ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିପାଇଁ ୧୭ଜଣିଆ କମିଟି ଗଠନ କରାଯାଇଛି। ସେଥିରେ କେନ୍ଦ୍ର ସରକାରଙ୍କ ଦୁଇଟି ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକଙ୍କୁ ସାମିଲ କରାଯାଇଛି।

ହାଇଦରାବାଦସ୍ଥିତ ଏନ୍‌ଜିଆର୍‌ଆଇ ସଂସ୍ଥାର ତିନିଜଣ ବିଶେଷଜ୍ଞ ଶୁକ୍ରବାର ​େରଡାର ସହ ପୁରୀରେ ଆସି ପହଞ୍ଚିଛନ୍ତି। ଦିନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତିନିଦିନ ଧରି ଯାଞ୍ଚ ପ୍ରକ୍ରିୟା କରାଯିବ। ତାହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନିତିକାନ୍ତି ସଅଳ କରାଯିବ। ଏହାପରେ ଆଜିଠୁ ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟସରକାରଙ୍କ SOP ମୁତାବକ ନିରୀକ୍ଷଣ ପ୍ରକ୍ରିୟା ହେବ। ତେଣେ ଯାଞ୍ଚ ବେଳେ ସର୍ବସାଧାରଣ ଦର୍ଶନ ୩ ଦିନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.