‘ଖାଇବା ତେଲର ଅପମିଶ୍ରଣ’ ଉପରେ ଲାଗିବ ରୋକ୍, ଆଜିଠୁ ଅଗଷ୍ଟ ୧୪ ତାରିଖ ଯାଏ ଅଭିଯାନ ଚାଲିବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ରାଜ୍ୟବ୍ୟାପୀ ‘ଖାଇବା ତେଲର ଅପମିଶ୍ରଣ’ ଉପରେ ଅଭିଯାନ । ଆଜିଠୁ ଅଗଷ୍ଟ ୧୪ ତାରିଖ ଯାଏ ଅଭିଯାନ ଚାଲିବ । ରାଜ୍ୟରେ ଏହି ଅଭିଯାନ ଅଧୀନରେ ସମସ୍ତ ଜିଲ୍ଲା ଓ ମୁନିସପାଲଟିରେ ଖାଇବା ତେଲର ନୀରିକ୍ଷଣ ଡ୍ରାଇଭସ୍‌ ଜାରି ହେବ । ଅପମିଶ୍ରିତ ଖାଇବା ତେଲ ଉପରେ ଏହି ଅଭିଯାନ ଅଧୀନରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ତେଲ ନମୁନା ପଠାଯିବ । ଖାଇବା ତେଲ ଉତ୍ପାଦନକାରୀ ଏବଂ ଖାଇବା ତେଲ ବ୍ରାଣ୍ଡ ଉପରେ ନଜର ରଖାଯିବ । ନମୁନା ଗୁଡିକୁ ଖୁଜୁରା ବଜାରରୁ ଉଭୟ ଖାଲି ଓ କ୍ୟାକେଟ ତେଲ ରୂପରେ ସଂଗ୍ରହ କରାଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ ସର୍ବମୋଟ ୧୨୬ଟି ଖାଇବା ତେଲ ନମୁନା ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯିବ । ଖାଇବା ତେଲରେ ମିନେରାଲ ତେଲ, ଆର୍ଗେମୋନ୍‌ ତେଲ, କାଷ୍ଟର ତେଲ ଓ ଟ୍ରାନ୍ସଫ୍ୟାଟି ଏସିଡ୍‌ର ଉପସ୍ଥିତି ଯାଞ୍ଚ କରାଯିବ।.

Leave A Reply

Your email address will not be published.