ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମ୍ବଲପୁରରେ ବାଇକ୍ରେ ଆସି ଲୁଟିନେଇଗଲେ ୩୦୦ ଗ୍ରାମ ସୁନା। ମାନେଶ୍ୱର ଛକ ସ୍ଥିତ ମାନ୍ଧାତା ବାବା ସୁନା ଦୋକାନରୁ ସଶସ୍ତ୍ର ଡକାୟତି । ଦୁଇଟି ବାଇକ୍ରେ ଆସି ସୁନା ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ । ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି ସମ୍ବଲପୁର ମାନେଶ୍ୱର ଛକ ମାନ୍ଧାତା ବାବା ସୁନା ଦୋକାନରୁ ଲୁଟ୍ ହୋଇଛି ।
୨ଟି ବାଇକ୍ରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ୩୦୦ ଗ୍ରାମ ସୁନା ଲୁଟ୍ ନେଇ ଫେରାର ମାରିଛନ୍ତି ଡକାୟତି । ସେପଟେ ଲୁଟ୍ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ସଦର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।