କର୍ଣ୍ଣାଟକରେ ‘ଚଡି’ ବିବାଦ ନେଇ କଂଗ୍ରେସକୁ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଜାଣନ୍ତୁୁ…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): କର୍ଣ୍ଣାଟକରେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି ଚଡ଼ି ବିବାଦ । ଏହାରି ମଧ୍ୟରେ ମଙ୍ଗଳବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି ଯେ ଲୋକମାନେ କଂଗ୍ରେସ ‘ଚଡି’ କାଢ଼ି ଦେଇଛନ୍ତି। କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇ ର କିଛି ସଦସ୍ୟ ରାଜ୍ୟ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ ବାସଭବନ ବାହାରେ ଖାକି ପ୍ୟାଣ୍ଟ ପୋଡି ଦେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା।

କଂଗ୍ରେସକୁ ସମାଲୋଚନା କରି ଯୋଶୀ କହିଛନ୍ତି ଯେ, ଲୋକମାନେ କଂଗ୍ରେସର ‘ଚଡି’ କାଢ଼ି ନେଇଛନ୍ତି, ସେଥିପାଇଁ ସେମାନେ ଆରଏସଏସର ‘ଚଡି’ ଜାଳୁଛନ୍ତି। ଉତ୍ତରପ୍ରଦେଶର ଲୋକମାନେ ସମଗ୍ର ଦେଶ ସାମ୍ନାରେ ତାଙ୍କର ‘ଚଡି’ କାଢ଼ିଦେଇଥିଲେ। ଆସାମବାସୀ ମଧ୍ୟ କଂଗ୍ରେସର ‘ଚଡି’ କାଢ଼ି ଦେଇଛନ୍ତି ଏବଂ ବର୍ତ୍ତମାନ ରାଜସ୍ଥାନରେ ପାଇଲଟ୍ କଂଗ୍ରେସର ‘ଚଡି’ ଢ଼ିଲା କରିବା ଆରମ୍ଭ କରିଛନ୍ତି। ଛତିଶଗଡରେ ଚଡ଼ି ଢ଼ିଲା ହେବା ସହ ମଧ୍ୟପ୍ରଦେଶରେ କଂଗ୍ରେସର ଚଡିକୁ ଉତ୍ତାରି ଦିଆଯାଇଛି। ଏହା ପୂର୍ବରୁ ସିଦ୍ଧରମୈୟା କଂଗ୍ରେସର ଏକ କାର‌୍ୟ୍ୟକ୍ରମରେ କହିଥିଲେ ଯେ ବିରୋଧ ସମୟରେ ଆମେ କେବଳ ଗୋଟିଏ ‘ଚଡି’ ଜାଳିଦେବାରୁ ଏହା ଏକ ବଡ ଅପରାଧ ବୋଲି କୁହାଗଲା। ଯଦି ରାଜ୍ୟ ସରକାର ଆମ କଥା ନଶୁଣନ୍ତି, ତେବେ ଆମେ ରାଜ୍ୟବ୍ୟାପୀ ‘ଚଡି’ ଜାଳିବା ଅଭିଯାନ ଆରମ୍ଭ କରିବୁ।

Leave A Reply

Your email address will not be published.