ପୁରୀ(ଓଡ଼ିଆ ନ୍ୟୁଜ୍ ): ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ଧରି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ। ତେବେ ଏହଥର ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରାରେ ନିଜକୁ ସାମିଲ କରିବେ ଭକ୍ତ । ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଦଇତାପତି ନିଯୋଗ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।
ସେହିପରି ଶ୍ରୀକ୍ଷେତ୍ର ଭଉଁରୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବୈଠକ ହୋଇଛି । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ।