ଯେଉଁମାନେ ଅଧିକ ସନ୍ତାନ ଜନ୍ମ ଦେବେ, ସେମାନେ ଅଧିକ ଦରମା ପାଇବେ, ଏମିତି ଘୋଷଣା କଲେ ସରକାର
ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଜାପାନରେ ଦେଖାଦେଉଛି ଭୟଙ୍କର ଜନସଂଖ୍ୟା ହ୍ରାସ। ଏଥି ଯୋଗୁଁ ଜାପାନ ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି । ଦେଶରେ ଜନ୍ମ ହାର ହ୍ରାସ ଯୋଗୁଁ ଜାପାନ ସରକାର ଦୀର୍ଘ ଦିନ ଧରି ଏହି ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି। ନିକଟରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଜନସଂଖ୍ୟା ସଙ୍କଟ ଆଶଙ୍କାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଦେଶରେ ଜନସଂଖ୍ୟା ହ୍ରାସ ଯୋଗୁଁ ଜାପାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି ।
ଦେଶରେ ହ୍ରାସ ପାଉଥିବା ଜନ୍ମ ହାରକୁ ଓଲଟପାଲଟ କରିବା ପାଇଁ ଜାପାନ ସରକାର ଅନେକ ପଦକ୍ଷେପ ପ୍ରସ୍ତାବ ଦେଇଛନ୍ତି । ଏପରି ପ୍ରସ୍ତାବରେ ପିଲାମାନଙ୍କ ପାଳନ ପୋଷଣ ଓ ଶିକ୍ଷା ଏବଂ ବେତନ ବୃଦ୍ଧି ପାଇଁ ଅଧିକ ସବସିଡି ଅନ୍ତର୍ଭୁକ୍ତ । ଏଠାରେ ଯୁବକ ଶ୍ରମିକମାନଙ୍କୁ ବିବାହ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରଯାଉଛି । ଅର୍ଥାତ ଯେଉଁମାନେ ଅଧିକ ସନ୍ତାନ ଜନ୍ମ ଦେବେ, ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ବେତନ ପାଇବେ ।
ଜାପାନର ବର୍ତ୍ତମାନର ଜନସଂଖ୍ୟା ପ୍ରାୟ ୧୨୫ ନିୟୁତ । ଆଗାମୀ ୧୫ ବର୍ଷରେ ଜନସଂଖ୍ୟା ଆହୁରି ହ୍ରାସ ପାଇବ ଓ ୨୦୬୦ ସୁଦ୍ଧା ଏହା ପ୍ରାୟ ୯୦ ନିୟୁତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସଂକୀର୍ଣ୍ଣ ଓ ବାର୍ଦ୍ଧକ୍ୟ ଜନିତ ଦେଶର ଅର୍ଥନୀତି ଓ ଜାତୀୟ ନିରାପତ୍ତା ଉପରେ ଏହାର ବହୁତ ପ୍ରଭାବ ପଡିପାରେ ।
ଏଥିସହ ଚୀନ୍ର ଏହି ଅଞ୍ଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆଞ୍ଚଳିକ ଅଭିଳାଷକୁ ଦୃଷ୍ଟିରେ ରଖି ଜାପାନ ସରକାର ଏହି ସମସ୍ୟାକୁ ନେଇ ଅଧିକ ଚିନ୍ତିତ ଅଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାପାନର ଶିଶୁ ନୀତି ମନ୍ତ୍ରୀ ମାସାନୋବୁ ଓଗୁରା କହିଛନ୍ତି ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ହ୍ରାସ ପାଉଥିବା ଜନ୍ମ ହାରକୁ ଓଲଟପାଲଟ କରିବା ପାଇଁ ଦେଶର ‘ଶେଷ ସୁଯୋଗ’ ହେବ । ଯଦି ବର୍ତ୍ତମାନର ହାରରେ ଜନ୍ମ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ୨୦୩୦ ଦଶକରେ ଦେଶରୋ ଯୁବବର୍ଗଙ୍କ ସଂଖ୍ୟା ବର୍ତ୍ତମାନର ହାରରେ ଦୁଇଗୁଣ ହ୍ରାସ ପାଇବ । ଜନସଂଖ୍ୟା ସଙ୍କଟକୁ ଦୂର କରିବା ପାଇଁ ଏଠାକାର ସରକାର ଆର୍ଥିକ ସହାୟତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ଶିଶୁଙ୍କ ଲାଳନ ପାଳନ ପାଇଁ ଅଧିକ ନଗଦ ସବସିଡି, ଉଚ୍ଚଶିକ୍ଷା ପାଇଁ ଅଧିକ ଉଦାର ଛାତ୍ର ଋଣ ଓ ଶିଶୁ ସେବାରେ ସହଜ ସୁବିଧା ଉପଲବ୍ଧ ।
ଅଧିକ ପୁରୁଷ କର୍ମଚାରୀଙ୍କୁ ପୌତୃକ ଛୁଟି ନେବାକୁ ଉତ୍ସାହିତ କରିବା ପାଇଁ ଜାପାନ କମ୍ପାନୀଗୁଡିକୁ ଅଧିକ ସରକାରୀ ସହାୟତା ମଧ୍ୟ ଦେଇପାରେ ।ଗତ ବର୍ଷ ଜାପାନରେ ଜନ୍ମ ହୋଇଥିବା ଲୋକଙ୍କ ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ୮୦୦,୦୦୦ ରୁ କମ୍ ଜନ୍ମ ଓ ପ୍ରାୟ ୧.୫୮ ନିୟୁତ ମୃତ୍ୟୁ ଘଟିଥିଲା । ଜନସଂଖ୍ୟା ୨୦୦୮ ରେ ୧୨୮ନିୟୁତରୁ ୧୨୪.୬ ନିୟୁତକୁ ଖସି ଆସିଛି ଓ ଏହି ହ୍ରାସ ଦ୍ରୁତ ଗତିରେ ବଢୁଛି । ଏଥି ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।