ମା କିଚକେଶ୍ବରୀ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ସମାଗମ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ସୁନାବେଶ ରେ ଦର୍ଶନ ଦେଲେ ମା କିଚକେଶ୍ବରୀ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ସମାଗମ | ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ । ଏହି ମନ୍ଦିରଟି ବିଶ୍ଵ ପର୍ଯ୍ୟଟନ ସ୍ଥଳୀ ମାନଚିତ୍ର ରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିର କୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି ।

ଏହି ଖୀଚିଂ ମନ୍ଦିର ଟି ବିଶ୍ୱ ରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ତେବେ ଏହି ମନ୍ଦିର ଟି କୁହାଯାଏ କି ୯୨୦ ରୁ ୯୨୬ ଖ୍ରୀ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି । ଏଠାକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ | ଖିଚିଂ ମନ୍ଦିର କୁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ବିହାର, ଝାରଖଣ୍ଡ , କଲକତାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ ତା ସହିତ ମା କିଚେକେଶ୍ଵରୀ ଠାକୁରାଣୀ କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ମଧ୍ୟ ଭକ୍ତଙ୍କ ସୁଅଛୁଟିଥାଏ | ତେବେ ପ୍ରତ୍ୟେକ ବର୍ଷ କାର୍ତିକ ପୁର୍ଣିମା ଦିନ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ | ଏହି ଦୁର୍ଲଭ ଅଥବା ସୁନାବେଶ କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ |

ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତିକ ପୂର୍ଣ୍ଣିମା ରେ ମା କିଚକେଶ୍ବରୀଙ୍କ ଦୁର୍ଲଭ ବେଶ ଅଥବା ମାଙ୍କର ସୁନ ବେଶ ଅନୁଷ୍ଠିତ ହୋଇଯାଉଛି |ସକାଳ ୭ ଘଟିକାରୁ ଅପରାହ୍ନ ୩ଘଟିକା ୩୦ ମିନିଟ ଯାଏଁ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା | ତେବେ ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା | ଭିଡ କୁ ଦୃଷ୍ଟି ରେ ରଖି କିଭଳି ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରେ ମାଙ୍କର ଦର୍ଶନ କରି ଆଶ୍ରିବାଦ ଲୋଭ କରିବେ ତା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା |ସୁରକ୍ଷା କୁ ଦୃଷ୍ଟି ରେ ରଖି ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନିର୍ଦେଶ କ୍ରମେ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା | ମାଙ୍କ ସୁନାବେଶ ରେ ପଞ୍ଚାପୀଡ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ |

Leave A Reply

Your email address will not be published.