ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତିନି ଜଣ କେନ୍ଦ୍ରମନ୍ତ୍ରୀ ମିଶି ଦୁଇଟି ନୂତନ ରେଳ ଲାଇନ ଏକ୍ସପ୍ରେସର କଲେ ଶୁଭାରମ୍ଭ  

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ଠାରେ ଅନୁଗୋଳ-ବଳରାମ ନୂତନ ରେଳ ଲାଇନ ଏବଂ ସମ୍ବଲପୁର-ଶାଲିମାର(କଲିକତା) ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ , କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ joshi pralhad , କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ Vaishnaw ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖି ସମ୍ବଲପୁର-ଶାଲିମାର ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ Narendra Modi ଓ କେନ୍ଦ୍ର ରେଳ ମନ୍ତ୍ରୀ Ashwini Vaishnaw ଙ୍କୁ ଧନ୍ୟବାଦ ଜଣାଇଥିଲେ ଧର୍ମେନ୍ଦ୍ର । ଏହି ଘୋଷଣା ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ, ମହିମା ଧର୍ମାବଲମ୍ବୀଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ଅଟେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ବଲପୁର ଓ ଶାଲିମାର ଏକ୍ସପ୍ରେସ ତାଳଚେର-ଢେଙ୍କାନାଳ-ଭଦ୍ରକ ଦେଇ ଯାତାୟତ କରିବ । ଏହି ପଦକ୍ଷେପ ଯାତ୍ରୀ ମାନଙ୍କ ଯାତାୟତ ସୁବିଧାକୁ ସହଜ କରିବ । ଏହି ଟ୍ରେନ୍ କଲିକତା ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ଓ ଲୋକସମ୍ପର୍କକୁ ମଜଭୂତ୍ କରିବାର ନୂଆ ମାଧ୍ୟମ ହେବା ନେଇ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ।

ଶିଳ୍ପସମୃଦ୍ଧ ଅଞ୍ଚଳ ଅନୁଗୋଳରେ 14 କିଲୋମିଟର ଦୈର୍ଘ୍ୟ ଅନୁଗୋଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ବିଶେଷ ସହାୟକ ହେବ । କୋଇଲା ପରିବହନ ସୁଗମ ହେବା ସଙ୍ଗେସଙ୍ଗେ ସ୍ଥାନୀୟ ଓ ଦେଶର ଅର୍ଥନୀତିକୁ ଆହୁରି ସଶକ୍ତ କରିବ ବୋଲି ଜଣାଇଥିଲେ।

Leave A Reply

Your email address will not be published.