ଉତ୍କଳ ବିଶ୍ୱବିଦ୍ୟାଳୟ ନୂଆ ଫାଟକ ନିଷ୍ପତ୍ତିକୁ ବିତିଲାଣି ୩ବର୍ଷ, କାମ ଆରମ୍ଭ ହୋଇପାରିନଥିବାରୁ ଓଏଚ୍ଆରସିଙ୍କ ହସ୍ତକ୍ଷେପ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁଖ୍ୟ ଫାଟକ ଦେଇ କ୍ୟାମ୍ପସ ଭିତରକୁ ପଶିବା ପାଇଁ ରଙ୍ଗରୁଟ୍ରେ ଯିବାକୁ ପଡ଼ୁଛି । ଏଥିପାଇଁ ପ୍ରତିଦିନ ୮ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ହେଉଛି । ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ)ଙ୍କ ତତ୍ତ୍ୱାବଧାନରେ ଓଭରବ୍ରିଜ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀ ନିଷ୍ପତ୍ତି ନେଲେ ନୂତନ ମୁଖ୍ୟ ଫାଟକ ବିଶ୍ୱବିଦ୍ୟାଳୟ ଓ ଡିଡିସିଇ ମଝିରେ କରାଯିବ । ଯାହାଦ୍ୱାରା ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟାର ସମାଧ।ନ ହୋଇପାରିବ। ଏହି ଘୋଷଣାକୁ ୩ବର୍ଷ ପୁରିସାଲିଲାଣି ହେଲ ଏଯାଏଁ କାମ ଆରମ୍ଭ ହୋଇପାରିନି । ତେଣୁ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆରସି) । \

କମିଶନର ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ, ଭୁବନେଶ୍ୱର ମହାନଗର ନିଗମର କମିଶନର, ଟ୍ରାଫିକ୍ ଡିସିପି ଓ ଏନଏଚ୍ଏଆଇ ପ୍ରକଳ୍ପ ପ୍ରବନ୍ଧକଙ୍କୁ ଜୁଲାଇ ୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ରଙ୍ଗ ରୁଟ୍ରେ ଯାଉଥିବାରୁ ପ୍ରତିଦିନ ଦୁର୍ଘଟଣାର ଶୀକାର ହେଉଛନ୍ତି । ସେମାନଙ୍କର ମାନବାଧିକାର ଉଲ୍ଲଂଘନ ହେଉଛି ଏଣୁ ଓଏଚ୍ଆର୍ସିଙ୍କ ହସ୍ତକ୍ଷେପ ଲୋଡିଥିଲେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.