ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ କିଛି ଲୋକଙ୍କ ଘରର ଟିଣ ଓ ଚାଳ ଛପର ଉଡ଼ିଯାଇଛି।
ଏନ୍ଏସି ୫ ନଂ ୱାର୍ଡ ଫୁଲସୁନ୍ଦରୀ ସାହିରେ ରହୁଥିବା ନରସିଂହ ବେହେରାଙ୍କ ଘରର ଟିଣ ଛପର ସମ୍ପୂର୍ଣ୍ଣ ରୂପେ ଉଡ଼ି ଯାଇଥିଲା। ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ଓ ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ପରିସରରେ ଥିବା ବଡ଼ ବଡ଼ ଗଛ ଉପୁଡ଼ି ପଡିଥିଲା। ଦିଗପହଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳରେ ପ୍ରାୟ ୫ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।