ବଣାଇ ରେଞ୍ଜରେ ବାଘ ଆତଙ୍କ

0

ଓଡ଼ିଆ ନ୍ୟୁଜ୍: ବଣାଇ ରେଞ୍ଜରେ ବାଘ ପାଦ ଚିହ୍ନ ଠାବ।ପାଦ ଚିହ୍ନର ଯାଞ୍ଚ କରୁଛି ବନବିଭାଗ।ଅଞ୍ଚଳବାସୀଙ୍କୁ ସତର୍କ କରାଇଲା ବନବିଭାଗ।ବଣାଇ ରେଞ୍ଜ ଧରଣୀଧର ପାଲି ସେକ୍ସନ ଅନ୍ତର୍ଗତ ଘୋଷରା ଗ୍ରାମ ନିକଟରେ ଥିବା ପତ୍ରାପାଲି ଜଙ୍ଗଲ ନିକଟରେ ରବିବାର ସକାଳୁ ଏକ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦ ଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ପହଞ୍ଚି ପାଦ ଚି଼ହ୍ନର ଯାଞ୍ଚ କରିଛନ୍ତି।

କାଳେ ସେହି ମହାବଳବାଘ ଟି ଫେରି ଆସିଥାଇପାରେ କିମ୍ବା ଏହା ଆଉ କେଉଁ ବାଘର ପାଦ ଚିହ୍ନ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ। ପାଦ ଚିହ୍ନ କୁ ନେଇ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଗାଁ ଗୁଡିକରେ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ଦିଆଯାଇଛି।ବନ ବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏ ବାବଦରେ ବନ ବିଭାଗର ରେଞ୍ଜ ଅଧିକାରୀ ଦେବାଶିଷ ନାୟକଙ୍କୁ ପଚାରିବା ପରେ ଆମେ ଯାଞ୍ଚ୍ ଜାରି ରଖିଛୁ ତାହା କଲରା ପତରିଆ ନା ମହାବଳବାଘ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା କହିଛନ୍ତି।

Leave A Reply

Your email address will not be published.