ଓଡ଼ିଆ ନ୍ୟୁଜ୍: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନାଁରେ ଏସ୍ପିଙ୍କୁ ବିଜେଡି ଫେରାଦ।ବିଜେଡି ଜିଲ୍ଲା ସଭାପତି ସରୋଜ ମେହେର ଫେରାଦ ହେଲେ। ଶୋଭାଯାତ୍ରାରେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଫାୟାରିଂ କରିଥିବା ଜଣାଇଲେ। ଖୁସି ମନାଇବା ପାଇଁ ପର୍ବପର୍ବାଣୀରେ ଏପରି କରିବାର ନିୟମ ନାହିଁ। ଆମେ ଥାନାରେ ବିଧାୟଙ୍କ ନାଁରେ ମାମଲା ଦାୟର ପାଇଁ FIR କରିଛୁ।ତେଣୁ ବିଧାୟକଙ୍କୁ ଗିରଫ କରି ତାଙ୍କ ବନ୍ଧୁକ ଲାଇସେନ୍ସ ତୁରନ୍ତ ରଦ୍ଦ କରନ୍ତୁ।
ବିଜେପି ବିଧାୟକଙ୍କ ବ୍ଲାଙ୍କ ଫାୟାରିଂ ଓ ଖଣ୍ଡାବୁଲାକୁ ନେଇ ରାଜ୍ୟ ରାଜନୀତି ଜୋର । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା । ଏହି ଘଟଣାକୁ ନେଇ ବର୍ଷିଲା ବିଜେଡି । ବିଧାୟକଙ୍କ ସର୍ବସଧାରଣରେ ଗୁଳି ଫୁଟାଇବା ଘଟଣାକୁ ବିଧାନସଭାରେ ଉଠାଇବ ବିଜେଡି । ଏହା ଏକ ନିନ୍ଦନୀୟ ଘଟଣା । ସର୍ବସାଧାରଣରେ ଆକାଶକୁ ଗୁଳି ମାରିବା ଠିକ୍ ନୁହେଁ । ନିଜର ଆତ୍ମସୁରକ୍ଷା ପାଇଁ ବନ୍ଧୁକ ଦିଆଯାଇଥାଏ । ବ୍ଲାଙ୍କ ଫାୟାରିଂ ପରେ ଜଣେ ପିଏସଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ? ସରକାରୀ ଦଳର ବିଧାୟକ ବୋଲି ତାଙ୍କୁ ସୁରକ୍ଷା ଦେଉଛନ୍ତି ସରକାର । ଭୁଲ୍ ସବୁବେଳେ ଭୁଲ୍ । ଜନ ପ୍ରତିନିଧି ଯଦି ଏପରି କରିବେ, ତାଙ୍କଠାରୁ ଲୋକ କ’ଣ ଶିଖିବେ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ । ବିଜେପି ସରକାର ଆସିଲା ପରେ ତାଙ୍କ ନେତାଙ୍କ ଭାବଭଙ୍ଗୀ ବଦଳିଛି । ନିଜକୁ କ୍ଷମାତାଶାଳୀ ଦେଖେଇ ହେବାକୁ ପ୍ରୟାସ କରୁଛନ୍ତି ।