ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଥମ ଦିନିକିଆ ଭାରତ ହାତେଇବା ପରେ ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗୋଟିଏ ସ୍ଥାନରେ ମ୍ୟାଚ୍‌ ହେଉଥିବାରୁ ପ୍ରଥମ ମ୍ୟାଚ୍‌ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ଚାହିଁବ, ତାହେଲେ ଭାରତ ପକ୍ଷରେ ଆଉ ପରୀକ୍ଷା କରିବା ପରିବର୍ତ୍ତେ ଅସଲ ବ୍ୟାଟିଂ କ୍ରମରେ ଖେଳି ବୋର୍ଡରେ ବଡ଼ ରନ୍‌ କରିବାକୁ ଚାହିଁବ ।

କେବେଳ ଏତିକି ନୁହେଁ ବିଶ୍ବକପ୍‌ ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ବି ସୁଯୋଗ ପାଉଛନ୍ତି, ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୧୫ ରନ୍‌କୁ ପିଛା କରିଥିଲେ ବି କେବଳ ଈଶାନ କିଶନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅଧିକ ସମୟ ପିଚ୍‌ରେ ରହିପାରିନଥିଲେ । ବିଶ୍ବକପ୍‌ରେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.