ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ମୁକ୍ତି ସଂଗ୍ରାମ ପହଞ୍ଚି ଥାଏ ଚରମ ସୀମା ରେ ୧୯୪୨ ମସିହାରେ ଗାନ୍ଧୀଜୀ ଡାକରା ଦେଲେ ‘କର ଅବା ମର ” । ଗାନ୍ଧୀଜୀ ଙ୍କର ଏହି ଡାକରା ମୁକ୍ତି ସଂଗ୍ରାମୀ ଙ୍କ ମନରେ ଆଣିଦେଲା ନୂଆ ଶିହରଣ।ସମଗ୍ର ଭାରତ ବର୍ଷ ରେ ଇଗ୍ରେଜ ମାନଙ୍କ ବିରୋଧରେ ତେଜିଲା ଜନଆନ୍ଦୋଳନ। ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ।
ଅଭିଭକ୍ତ ବାଲେଶ୍ୱର ଜିଲ୍ଲା ର ବାସୁଦେବପୁର ବ୍ଲକ ଇରମ ଠାରେ ସଂଗ୍ରାମୀ କମଳାକାନ୍ତ କର ଗୈରାଙ୍ଗ ଚନ୍ଦ୍ର ମହାନ୍ତି ଙ୍କର ଆହ୍ବାନ ରେ ଇରମ ର ମେଳନ ପଡ଼ିଆ ଠାରେ ପାଖାପାଖି ୫୦୦୦ ସ୍ବାଧୀନତା ସଂଗ୍ରାମୀ ଏକତ୍ରିତ ହୋଇ ଇଗ୍ରେଜ ମାନଙ୍କ ବିରୋଧରେ ଦେଇଥିଲେ ରଣହୁଙ୍କାର।ଅସ୍ତଗାମୀ ସୃର୍ଯ୍ୟ ର ରଙ୍ଗ ଲାଲ୍ ହୋଇସାରିଥାଏ, ହଠାତ ଶୁଭିଲା ଇଗ୍ରେଜ ଫୈଜ ର ଗୁଳି।
ଇଗ୍ରେଜ ଫୈଜ ର ଏହି ଅନ୍ଧାଧୁନ୍ ଗୁଳିଚାଳନା ରେ ଘଟଣ ସ୍ଥଳରେ ଟଳି ପଡିଲେ ୨୯ ଜଣ ମୁକ୍ତି ସଂଗ୍ରାମୀ ଓ ଇରମ ର ମେଳନ ପଡ଼ିଆ ହୋଇଯାଇଥିଲା ରକ୍ତରଞ୍ଜିତ ସଂଗ୍ରାମୀ ଙ୍କ ଧାର ଧାର ତାଜା ରକ୍ତରେ ଲାଲ୍ ହୋଇଯାଇଥିଲା ପାଖରେ ଥିବା ଐତିହାସିକ ନଅନ ପୋଖରୀ। ଶହୀଦ ମାନଙ୍କର ସେହି ବିରତ୍ଵ ର ଗାଥା ଓ ବଳିଦାନ ବ୍ୟର୍ଥ ଯାଇନି।ଦେଶ ହୋଇଛି ସ୍ବାଧୀନ । ଯେଉଁ ଶହୀଦ ମାନଙ୍କ ଆତ୍ମ ବଳିଦାନ ପାଇଁ ଆମେ ଆଜି ସ୍ବାଧିନ ସେହି ରକ୍ତତୀର୍ଥ ଇରମ କୁ କେବେ ମିଳିବ ଜାତୀୟ ସ୍କାରକୀ ର ମାନ୍ୟତା ତାହା ଦେଖିବାକୁ ବାକି ରହିଲା ।