ଆଜି ଜାତୀୟ ହିନ୍ଦୀ ଦିବସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଜାତୀୟ ହିନ୍ଦୀ ଦିବସ । ହିନ୍ଦୀ ହେଉଛି ଆମ ଜାତୀୟ ଭାଷା । ୧୯୪୯ ମସିହା ସେପ୍ଟେମ୍ବର ୧୪ତାରିଖରେ ତତ୍କାଳୀନ ରାଷ୍ଟ୍ରମୁଖ୍ୟଙ୍କ ବିଚାରବିମର୍ଶ ପରେ ସମ୍ବିଧାନ ସଭାରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ରୂପେ ଘୋଷଣା କରିବାକୁ ପ୍ରସ୍ତାବ ଆଗତ ହେଲା। ୧୯୫୩ରେ ଏହି ଦିବସ ପାଳନ ଆରମ୍ଭ ହେଲା।

ଦେଶରେ ୭୭ ପ୍ରତିଶତରୁ ଅଧିକ ଲୋକ ହିନ୍ଦୀ ପଢ଼ି, ଲେଖିପାରନ୍ତି। ଇଂରେଜ ଶାସନ ସମୟରେ ଓ ସ୍ବାଧୀନତାର କିଛି ସମୟ ପରେ ଭାରତରେ ଇଂରାଜୀ ଭାଷାର ପ୍ରସାର ବୃଦ୍ଧି ହେଉଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସରକାର ସେହି ସମୟରେ ଏହି ଭାଷାର ଗୁରୁତ୍ବକୁ ବୁଝି ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।

Leave A Reply

Your email address will not be published.