ଆଜି ବିଶ୍ୱକପର ଦ୍ୱିତୀୟ ସେମିଫାିନାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଶ୍ୱକପର ଦ୍ୱିତୀୟ ସେମିଫାିନାଲ । କୋଲକତାର ଇଡେନ ଗାର୍ଡେନ୍ସଠାରେ ଖେଳାଯିବ ଏହି ମ୍ୟାଚ । ଫାଇନାଲରେ ପ୍ରବେଶ ପାଇଁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଦ୍ୟରେ ହେବ ଘମାଘୋଟ ଲଢେଇ । ବିଶ୍ୱକପରେ ଏହି ଦୁଇଟିମ୍ ୭ ଥର ଭେଟାଭେଟି ହୋଇଥିବା ବେଳେ ୩ ଥର ଲେଖାଏଁ ଉଭୟ ଦଳ ଜିତିଛନ୍ତି । ସେହିପରି ଦୁଇଦଳ ମଧ୍ୟରେ ୧୦୯ଟି ଦିନିକିଆ ମ୍ୟାଚ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫୫ଟିରେ ଏବଂ ଅଷ୍ଟ୍ରେଲିଆ ୫୦ଟିରେ ବିଜୟୀ ହୋଇଛନ୍ତି । କିନ୍ତୁ ଦଇ ଦଳର ଚଳିତ ଫର୍ମ ଦେଖିଲେ ଦକ୍ଷିଣ ଆଫ୍ରିକା ଆଗୁଆ ରହିଛି ।

ଶେଷ ୫ଟି ଦିନିକିଆ ମଧ୍ୟରୁ ଦକ୍ଷିଣ ଆଫ୍ରିକା ୪ଟି ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୩୪ ରନରେ ହରାଇଥିଲା । ବିଶ୍ୱକପ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଦମ୍ ଦାର ପ୍ରଦର୍ଶନ କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମେ ହାରିବା ପରେ ଧିରେ ଧିରେ ବିଜୟ ଲୟକୁ ଫେରିଛି । ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ୍ ଜିତି ୧୪ ପଏଣ୍ଟ ହାସଲ କରିଥିଲେ ବି ଦକ୍ଷିଣ ଆଫ୍ରିକା ତାଲିକାରେ ଆଗୁଆ ରହିଛି । ଇଡେନ ଗାର୍ଡେନ୍ସରେ ମ୍ୟାଚ ହେବାକୁ ଥିବା ବେଳେ ହୁଏତ ଏଠି ସ୍ପିନରଙ୍କ ଆବଶ୍ୟକତା ପଡିପାରେ । ଏହି ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ପାଖରେ କେଶବ ମହାରାଜ ଓ ତବରେଜ ଶମସି ଅଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ପାଖରେ ଜାମ୍ପା ଓ ମ୍ୟାକ୍ସୱେଲ ଅଛନ୍ତି । କିନ୍ତୁ ଗତ ମ୍ୟାଚରେ ମ୍ୟାକ୍ସୱେଲ ଆହତ ହୋଇଛନ୍ତି ।

ଏହା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇପାରେ । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଓ ବୋଲିଂରେ ଭାରସାମ୍ୟ ରହିଛି । ଅଷ୍ଟ୍ରେଲିଆର ମିର୍ଡଲ ଅର୍ଡର ଅପେକ୍ଷାକୃତ ଦୁର୍ବଳ ମନେ ହେଉଛି । ଅଧିକ ସ୍ପିନରଙ୍କୁ ଖେଳାଇଲେ ସ୍ମିଥ ଓ ଲାବୁଶେନଙ୍କ ମଧ୍ୟରୁ ଜଣେ ଖେଳିବେ । ଦକ୍ଷିଣ ଆଫ୍ରିକାର ଡି କକ୍ , ଡୁସେଁ , କ୍ଲାସେନ ବ୍ୟାଟିଂରେ ଏବଂ କୋଏତଜୀ, ଏନପିଡି, ରବାଡା ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି । ଗତ ମ୍ୟାଚରେ ମ୍ୟାକ୍ସୱେଲ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ । ଏଣୁ ଦୁଇ ଦଳ ମଧ୍ୟରେ କଡା ଟକ୍କର ହେବ । ତେବେ ଦକ୍ଷିଣ ଆଫ୍ରିକାର ପଲା ଟିକେ ଭାରୀ ରହଥିବା ଜଣାପଡିଛି ।

Leave A Reply

Your email address will not be published.