ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପଞ୍ଚଭୂତରେ ଲୀନ ହେବେ ଲୋକପ୍ରିୟ ଗାୟକ କେ.କେ । ଆଜି କେ.କେ ଙ୍କ ଅନ୍ତିମ ସଂସ୍କାର କରାଯିବ । ବୁଧବାର କେ.କେଙ୍କର ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ପହଞ୍ଚିଛି। ଏହା ପୂର୍ବରୁ କଣ୍ଠଶିଳ୍ପୀଙ୍କ ପୋଷ୍ଟମର୍ଟମ ପରେ ପାର୍ଥୀବ ଶରୀରକୁ କୋଲକାତାରେ ତୋପ ସହିତ ସ୍ୟାଲୁଟ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାନୁସାରେ, କେ.କେଙ୍କ ମୃତଦେହ ତାଙ୍କ ଘରେ ଶେଷ ଦର୍ଶନ ପାଇଁ ଆଜି ସକାଳ ୧୨:୩୦ ପର୍ୟ୍ୟନ୍ତ ରଖାଯିବ। ଏଥି ସହିତ, ୧ଟା ସମୟରେ ବର୍ସୋବା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ । ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଅନ୍ତିମ ଯାତ୍ରାରେ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଓ ବଲିଉଡ୍ର ବହୁ ବଡ଼ ବଡ଼ ବରିଷ୍ଠ କଳାକାର ସାମିଲ ହୋଇପାରନ୍ତି । କେ.କେ ପ୍ରଶଂସକମାନେ ତାଙ୍କୁ ଅନ୍ତିମ ବିଦାୟ ଦେଇ ଚିରଦିନ ପାଇଁ ବିଦାୟ ଦେବେ ।
ସୂଚନାନୁସାରେ ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।