ସ୍ୱନିଧି ଯୋଜନାରେ ଆଜି ଦେଶର ସବୁ କୋଣର ଉଠା ଦୋକାନୀ ମାନେ ଲାଭବାନ ହୋଇପାରିଛିନ୍ତି, ମନ୍ତ୍ରୀ ଡକ୍ଟର ଭାଗବତ କରଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସ୍ବାନିଧିରୁ ସମୃଦ୍ଧି ଏହି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ପ୍ରଧାନ ମନ୍ତ୍ରୀ ସ୍ୱନିଧି ଯୋଜନା ଯାହା ଦ୍ଵାରା ଜଣେ ଗରିବ ଶ୍ରେଣୀର ଉଠା ଦୋକାନୀ   ଲାଭ ବାନ ହୋଇ ପାରିବ। ଏହି ସ୍ୱନିଧି ଯୋଜନାରେ ଆଜି ଦେଶର ସବୁ କୋଣର ଉଠା ଦୋକାନୀ ମାନେ ଲାଭବାନ ହୋଇପାରିଛିନ୍ତି। ଆଜି ଜଣେ ଉଠା ଦୋକାନୀ ନିଜ ସ୍ୱଇଛାରେ ନିଜର ସବୁ ସ୍ବପ୍ନ ପୂରଣ କରି ପାରୁଛି ବୋଲି କହିଛନ୍ତି ଷ୍ଟେଟ ଫର ଫାଇନାନ୍ସ ଅଫ ଇଣ୍ଡିଆ ମନ୍ତ୍ରୀ ଡକ୍ଟର ଭାଗବତ କରଡ।

ଭୁବନେଶ୍ଵର ମେ ଫାୟାର ହୋଟେଲରେ ପ୍ରଧାନ ମନ୍ତ୍ରୀ ସ୍ଵନିଧି ଯୋଜନାକୁ ନେଇ ଆଜି ଏକ ଆଲୋଚନା ଚକ୍ର ହୋଇଥିଲା। ଯେଉଁଥିରେ ମନ୍ତ୍ରୀ ବିଭିନ୍ନ ବ୍ୟାଙ୍କର ମୁଖ୍ୟ ଓ କର୍ମଚାରି ମାନେ ଉପସ୍ଥିତି ରହିଥିଲେ। ଏହା ପରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଭାଗବତ କରଡ଼ କହିଛନ୍ତି ଯେ , ଗରିବ ବେପାରୀକୁ ସାହାଯ୍ୟର ହାତ ବଢ଼େଇଛି ସ୍ଵନିଧି ଯୋଜନା। ଯେଉଁ ଯୋଜନାରେ ଜଣେ ଉଠା ଦୋକାନୀ ବ୍ୟବସାୟୀ ଲୋନ ନେଇ ନିଜର ବ୍ୟବସାୟ ସହ ନିଜ ପରିବାରର ମଧ୍ୟ ପ୍ରତିପୋଷଣ କରିପାରୁଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୫୩ ଲକ୍ଷ୍ୟ ବ୍ୟବସାୟୀଙ୍କୁ ଲୋନ ଦିଆ ସରିଛି। ଓଡିଶାରେ ମଧ୍ୟ ପ୍ରାୟ ୫୦ ପ୍ରତିଶତ ବ୍ୟବସାୟୀ ମାନେ ଏହି ଯୋଜନାର ଏବେ ସୁଦ୍ଧା ୮୦ କୋଟି ଲାଭ ଉଠାଇ ପାରିଛନ୍ତି।

Leave A Reply

Your email address will not be published.