ଆଜି ଉତ୍କଳ ଦିବସ, ୧୯୩୬ରେ ଆଜିର ଦିନରେ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲା ଓଡିଶା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ। ଭାଷାଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ୱପ୍ନ ସହିତ ଜଡିତ ଓଡିଆ ଜାତିର ସ୍ୱାଭିମାନର ଏକ ସ୍ମାରକ ଜନ୍ମ ନିଏ ସେଦିନ, ଯେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମନିଏ। ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକକ ଅଞ୍ଚଳରେ ଗଢି ତୋଳିବାର ସଂକଳ୍ପକୁ ନେଇ ଚାଲିରହିଥିବା ଦୀର୍ଘ ଦିନର ସଂଗ୍ରାମର ଅନ୍ତ ହୁଏ ସେହି ଦିନ।

ଉତ୍କଳ ଇତିହାସର ସ୍ୱର୍ଣ୍ଣିମ ଦିନ ୧୯୩୬ ଅପ୍ରେଲ ୧। ବ୍ରିଟିଶ୍ ଶାସନ କାଳରେ ସ୍ୱତନ୍ତ୍ର ରାଜ୍ୟ ଭାବେ ରାଜ୍ୟ ଭାବେ ଏପ୍ରିଲ୍ ୧ରେ ନବଗଠିତ ହୋଇଥିଲା ଓଡ଼ିଷା । ଏହି ସ୍ମୃତିକୁ ଉଜ୍ଜୀବତ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୧ରେ ପାଳନ ହେଉଛି ଉତ୍କଳ ଦିବସ । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ସାଲ୍ ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ମେହେର, ରାଧାନଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।

ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ଯର ଅଗ୍ରଗତି କାମନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମନ୍ଦିରର ଭୂମି ଓଡ଼ିଶା ବିଶ୍ୱକୁ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଇଥାଏ। ହିଂସାଠାରୁ ଦୂରେଇ ରହିବାକୁ କହିଥାଏ ବୋଲି ଟ୍ବିଟ କରି ରାଷ୍ଟ୍ରପତି ଜଣାଇଛନ୍ତି।
ସେହିପରି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ ବୋଲି ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଏହା ସହିତଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବାକୁ ମୁଖ୍ଯମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

 

Leave A Reply

Your email address will not be published.