ଆଜି  ମୋଦି-ନବୀନ ଭେଟ, ରାଷ୍ଟ୍ରପତି ନିର୍ବାଚନ ଓ ଶ୍ରୀମନ୍ଦିର ପ୍ରସଙ୍ଗରେ ହୋଇପାରେ ଆଲୋଚନା

0

ଭୁବନେଶ୍ବର (ଓଡ଼ିଆ ନ୍ୟୁଜ୍‌): ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ଆଜି ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ, ତାହା ସ୍ପଷ୍ଟ ହୋଇନି । କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ନେଇ ନବୀନଙ୍କ ସମର୍ଥନ ଏକାନ୍ତ ଆବଶ୍ୟକ ରହିଛି । ସେହିପରି ଶ୍ରମନ୍ଦିର ଐତିହ କରିଡ଼ର ପ୍ରସଙ୍ଗ ରାଜ୍ୟସରକାରଙ୍କୁ ହରଡ଼ଘଣାରେ ପକାଇଥିବା ବେଳେ ଏହି ଦୁଇ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏଥିସହିତ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନବୀନ ଭେଟିବାର ସମ୍ଭାବନା ରହିଛି । ସମସ୍ତ ସରକାରୀ କାର୍ୟ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜୁନ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.