ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଇଟାଲୀରେ ପହଂଚିଛନ୍ତି ନବୀନ । ତେବେ ଆଜି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟେକ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭାଟିକାନ୍ ସିଟିରେ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରୋମରେ ମୁଖ୍ୟମନ୍ତ୍ରୀ ଓଡିଶାର ବିପର୍ଯ୍ୟୟ ପରିଚାଳନା ସାଙ୍ଗକୁ କିଭଳି ଓଡିଶାର ଖାଦ୍ୟ ସୁରକ୍ଷା ପାଇଁ ଆନ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରିଛି ସେନେଇ ଆଲୋକପାତ କରିବେ । ୟୁରୋପରେ ୫ ଦିନିଆ ରହଣୀ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।