ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ 2 +2 ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସୋମବାର ସକାଳେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ 2 + 2 ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାଗ ନେବାକୁ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଜାତୀୟ ରାଜଧାନୀରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀର ପାଲାମ ବାୟୁସେନା ଷ୍ଟେସନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଅଷ୍ଟ୍ରେଲୀୟ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ 2 + 2 ସଂଳାପ ପାଇଁ ଭାରତରେ ପହଞ୍ଚି ସାରିଛନ୍ତି। ତେବେ ଦ୍ବିତୀୟ ଥର ପାଇଁ 2 ଦେଶ ମଧ୍ୟରେ ଏଭଳି ଆଲୋଚନା ହେବାକୁ ଯାଉଛି ।

2 ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା । ପୂର୍ବରୁ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଭାରତ ପହଞ୍ଚିଥିବା ବେଳେ ଆଜି ଆସିଛନ୍ତି ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ । ଆଜି(ସୋମବାର) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ 2 +2 ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ । ସେ ପାଲାମ ସ୍ଥିତ ଏୟାର ଫୋର୍ସ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ତେବେ ଏନେଇ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିବା ନେଇ ପୋଷ୍ଟ କରିଛନ୍ତି ଅରିନ୍ଦମ ବାଗଚୀ ।

ତେବେ ଏହି 2+2 ଆଲୋଚନା ପାଇଁ ପୂର୍ବରୁ ଭାରତରେ ଅଷ୍ଚ୍ରେଲିଆର ଉପପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ରିଚାର୍ଡ ମାର୍ଲେସ ଉପସ୍ଥିତ ଥିବା ବେଳେ ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ମଧ୍ୟ ପହଞ୍ଚିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ରିଚାର୍ଡ ମାର୍ଲେସ ଓ ପେନି ଓ୍ବଙ୍ଗ ମିଳିତ ଭାବେ ଏହି ବୈଠକରେ ସାମିଲ ହେବେ ।

Leave A Reply

Your email address will not be published.