ପିଜୁଳିର ଔଷଧୀୟ ଗୁଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପିଜୁଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ । ହେଲେ ପାଟିକୁ ସ୍ୱାଦ ଲାଗୁଥିବା ଏହି ଫଳ ଅନେକ ଔଷଧୀୟ ଗୁଣରେ । ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ ପିଜୁଳି । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ଯଦି ଭୋଜନ ପରେ ପିଜୁଳି ଖାଆନ୍ତି ତେବେ କୋଷ୍ଠ କାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ । ଏପରିକି ପିଜୁଳିର ମଂଜିକୁ ମଧ୍ୟ ଔଷଧରେ ବ୍ୟବହାର ବ୍ୟବହାର କରାଯାଏ । ଏବେ ନଜର ପକାନ୍ତୁ ଏହାର ଔଷଧୀୟ ଗୁଣ ଉପରେ ।

ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । ଆୟୁର୍ବେଦ କହୁଛି, ନିୟମିତ ପିଜୁଳି ଖାଇଲେ କ୍ୟାନସର ପରି ଭୟଙ୍କର ରୋଗ ବି ହୋଇନଥାଏ। ପିଜୁଳି ଗଛର ପତ୍ର ବେଶ ଗୁଣକାରୀ। ଏହାକୁ ଶୁଖାଇ ଗୁଣ୍ଡ କରି କ୍ଷୀର ସହ ପିଇଲେ ଭଲ ନିଦ ହୋଇଥାଏ। ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ। କଫ ଦୋଷ ଥିଲେ ପିଜୁଳିକୁ ବିଟଲୁଣ ସହ ମିଶାଇ ଖାଆନ୍ତୁ। ପିଜୁଳି ଚୋପାକୁ ଚୋବାଇ ଖାଇଲେ ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ | ପିଜୁଳିକୁ ଛୋଟ ଛୋଟ କରି କାଟି ପାଣିରେ ପକାନ୍ତୁ । କିଛି ସମୟ ପରେ ଏହି ପାଣିକୁ ପିଅନ୍ତୁ । ନିୟମିତ ଏହି ପାଣି ପିଇଲେ ମଧୁମେହ, ବହୁମୂତ୍ର ଭଳି ସମସ୍ୟା ଦୂର ହୋଇଥାଏ । ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ ।ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।

ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ । ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ । ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ । ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.