ଟନେଲ୍ ଭିତରେ ଜୀବନ ସହ ସଂଘର୍ଷକୁ ୯ ଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟନେଲ୍ ଭିତରେ ଜୀବନ ସହ ସଂଘର୍ଷକୁ ୯ ଦିନ। ଏବେ ବି ପ୍ରତିଟି ମୁହୂର୍ତ୍ତ ଲଢ଼ୁଛି ମଣିଷ, ପ୍ରତିଟି ସେକେଣ୍ଡ ବାହାରକୁ ଆସିବାକୁ କରୁଛି ଚେଷ୍ଟା।ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ ବିଳମ୍ବିତ ହେବାରେ ଲାଗିଛି। ରବିବାର ଉଦ୍ଧାର କାର୍ଯ୍ୟ ୮ମ ଦିନରେ ପହଞ୍ଚିଥିବାବେଳେ ଶ୍ରମିକଙ୍କ ଉଦ୍ଧାର ନେଇ ଅନିଶ୍ଚିତତା ଲାଗି ରହିଛି। ସୁଡଙ୍ଗ ମଧ୍ୟ ଭାଗରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଭିନ୍ନ ଭିନ୍ନ ୫ଟି ଦିଗରୁ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

୫ଟି ଦିଗରୁ ଯେଉଁ ଉଦ୍ଧାର କାର୍ଯ୍ୟ କରାଯିବ ତାହା ୫ଟି ଭିନ୍ନ ଭିନ୍ନ ଏଜେନ୍ସି ପକ୍ଷରୁ କରାଯିବ। ପିଏମଓ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରମିକଙ୍କୁ ଉଦ୍ଧାର ଲାଗି ଗୋଟିଏ ଯୋଜନା ପରିବର୍ତ୍ତେ ଏକକାଳୀନ ୫ଟି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ ହୋଇପାରିବ। ଉଦ୍ଧାର ପାଇଁ ଯେଉଁ ୫ଟି ପ୍ଲାନ ହେବ ତାର ଦାୟିତ୍ବ ୫ଟି ଭିନ୍ନ ଭିନ୍ନ ଏଜେନ୍ସି ପକ୍ଷରୁ କାର୍ଯ୍ୟକାରୀ କରାଯିବ। ସେପଟେ ଟନେଲରୁ ଶ୍ରମିକଙ୍କୁ ବାହାର କରିବାକୁ ଏବେ ୩ଟି ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି। ତିନି ଦିଗରୁ ଏବେ ଖୋଳା ଯାଉଛି। ପୂର୍ବରୁ ସାମ୍ନା ପଟୁ ଖୋଳା ଚାଲିଥିବା ବେଳେ କିଛିଟା ମାଟି ଧସିଥିଲା। ଯାହା ରେସ୍କ୍ୟୁ ଅପରେସନ୍ ରେ ବାଧା ସୃଷ୍ଟି କରାଇଥିଲା। ତେଣୁ ତିନି ଦିଗରୁ ତିନି ପଟେ ଖୋଳା ଯାଉଛି।

ପଏଣ୍ଟ-୧, ଟନେଲର ମୁଖ୍ୟ ବାଟ ଯେଉଁ ପଟେ ଟନେଲ୍ ଧସିଛି।

ପଏଣ୍ଟ-୨, ଉପର ମୁଣ୍ଡ, ପାହାଡ଼ର ଉପର ପଟୁ

ପଏଣ୍ଟ-୩, ଯାହା ପାହାଡ଼ର ପାର୍ଶ୍ୱରୁ।

ସୁଡଙ୍ଗ ଭୁଶୁଡି ପଡିବା ପରେ ଏହାର ମଧ୍ୟ ଭାଗରେ କାମ କରୁଥିବା ୪୧ଜଣ ଶ୍ରମିକ ଫସି ରହିଛନ୍ତି। ଫସି ରହିଥିବା ଶ୍ରମିକଙ୍କ ନିକଟକୁ ପ୍ରତି ଦୁଇ ଘଣ୍ଟାରେ ଖାଦ୍ୟ, ଜଳ, ଅମ୍ଲଜାନ ଓ ଔଷଧ ପଠାଯାଉଛି। ଏପରିକି ​‌େ​‌ସମାନଙ୍କୁ ମାନସିକ ଭାବେ ଦୃଢ କରିବା ଲାଗି ଶ୍ରମିକଙ୍କ ସହିତ ନିୟମିତ ଆଲୋଚନା କରାଯାଉଛି।

Leave A Reply

Your email address will not be published.