କେନ୍ଦ୍ରାପଡାରେ ଆଜି ହେବ ବାହୁଡା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚତୁର୍ଦ୍ଧାମୂର୍ତ୍ତି ଆଜି ଜନ୍ମବେଦି ଛାଡ଼ି ବାହୁଡ଼ା ଯାତ୍ରାରେ ରତ୍ନବେଦି ଅଭିମୁଖେ ବାହାରିଛନ୍ତି। ଏଥିପାଇଁ ଇଚ୍ଛାପୁରସ୍ଥିତ ରଥଦାଣ୍ତ ଆଜି ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ପଡ଼ିଥିଲା। ସକାଳୁ ନୀତିକାନ୍ତି ସରିବା ପରେ ପୂର୍ବାହ୍ନରେ ରଥ ମୁଖ ପରିବର୍ତ୍ତନ ଏବଂ ସଂଧ୍ୟାରେ ପହଣ୍ଡି ଆରମ୍ଭ ହୋଇଥିଲା। ଚଳଚଞ୍ଚଳ ମାଉସୀମାଠୁ ଶ୍ରୀବଳଦେବଜୀଉଙ୍କ ପୀଠ । ଏନେଇ ପୂର୍ବ ନୀତି ନୀର୍ଘଣ୍ଟ ନେଇ ଆରମ୍ଭ ହୋଇଯାଇଛି ନୀତିକାନ୍ତି ।

ଅପରାହ୍ଣ ୨ଟାରେ ଟଣାହେବ ବାହୁଡା ରଥ ।ତେବେ ଏଥିପାଇଁ ବାହୁଡା ଦଶମୀ ରୀତିନୀତି ଅନୁଯାୟୀ, ଗତକାଲି ସକାଳ୬ଟାରେ ଇଚ୍ଛାପୁର ସ୍ଥିତ ମା ଗୁଣ୍ଡିଚା ମନ୍ଦିରରେ  ଶ୍ରୀଜିଉଙ୍କର ମଙ୍ଗଳ ଆରତି କରାଯାଇଥିଲା । ଏହାପରେ ଗୋପାଳବଲ୍ଲଭ ଧୂପ, ମଧ୍ୟାହ୍ନରେ ଖେଚୁଡି ଭୋଗ ପରେ ସେନାପଟା ଲାଗି ପରେ ପୂର୍ବାହ୍ନ ୧୦ଟାରେ ଶ୍ରଦ୍ଧାଳୁ ଓ ପୋଲିସ୍ ପ୍ରଶାସନ ମିଶି ବ୍ରହ୍ମ ତାଳଧ୍ବଜ ରଥକୁ ଦକ୍ଷିଣ ମୋଡ କରିଥିଲେ  । ଏହା ପରେ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରର ବାହୁଡା ଦ୍ବାର ଦେଇ ଧାଡି ପହଣ୍ଡିରେ ରଥାରୂଢ ହୋଇଥିଲେ ତିନିଠାକୁର । ଏହାପରେ ଆଜି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟ ହେବ  ।

ସୂଚନା ଅନୁସାରେ, ବାହୁଡ଼ା ଦଶମୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସକାଳ ୬ଟାରେ ଇଚ୍ଛାପୁରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା। ସାଢେ ୮ଟା ରେ ଗୋପାଳବଲ୍ଲଭ ଧୂପ, ମଧ୍ୟାହ୍ନରେ ଖେଚୁଡ଼ି ଭୋଗ ପରେ ସେନାପଟା ଲାଗି ହୋଇଥିଲା। ପୂର୍ବାହ୍ନ ୧୦ଟାରେ ଶ୍ରଦ୍ଧାଳୁ ଓ ଜିଲା ପୋଲିସ ବାହିନୀ ବ୍ରହ୍ମ ତାଳଧ୍ୱଜ ରଥକୁ ଦକ୍ଷିଣମୋଡ଼ କରିଥିଲେ। ସନ୍ଧ୍ୟା ୬ଟାରେ ମନ୍ଦିରର ବାହୁଡ଼ା ଦ୍ୱାର ବାଟ ଦେଇ ଧାଡ଼ି ପହଣ୍ଡରେ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଅନ୍ୟାନ୍ୟ ରୀତିନୀତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା ହୋଇଥିଲା।

Comments are closed.