ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା, ୪ ଯବାନ ଶହୀଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ-କାଶ୍ମୀରରୁ ପୁଣି ଆସିଲା ଦୁଃଖଦ ଖବର । ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଯାଇଛନ୍ତି ୪ ଭାରତୀୟ ଯବାନ । ଗତକାଲି (ସୋମବାର) ସନ୍ଧ୍ୟାରେ ଡୋଡା ଜିଲ୍ଲାର ଡେସା ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ 4 ଜଣ ଯବାନଙ୍କ ଦେହରେ ଗୁଳି ବାଜିବାରୁ ଗୁରୁତର ଆହତ ହୋଇପଡିଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 4 ଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଛି ।

ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ- ଇ- ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଟିମ୍‌ (SOG) ଅପରେସନ୍ ଆରମ୍ଭ କରିଥିଲେ । କିଛି ସମୟ ପରେ ସେଠାରେ ଲୁଚିକି ଥିବା କିଛି ଆତଙ୍କବାଦୀ ଦୌଡ଼ିବାକୁ ଲାଗିଲେ। ଯବାନମାନେ ସେମାନଙ୍କ ପିଛା କରି ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଥିଲେ।

ରାତି ପ୍ରାୟ ୯ଟାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଗୁଳି ବିନିମୟ ହୋଇଥିଲା।  ପ୍ରାୟ ୨୦ ମିନିଟ୍ ଧରି ଏନକାଉଣ୍ଟର ଚାଲିଥିଲା । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ଯବାନ ଗୁରୁତର ହୋଇପଡିଥିଲେ । ୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିବାବେଳେ ସମସ୍ତଙ୍କର ଅବସ୍ଥା ଗୁରୁତର ରହିଥିଲା । ହସ୍ପିଟାଲରେ ସେନା ଅଧିକାରୀ ସମେତ ୪ ଜଣ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଆଉ ଜଣେ ଯବାନଙ୍କ ଅବସ୍ଥା ମଧ୍ୟ ଏବେ ବି ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.