୧୮ରେ ପୁଣି ଖୋଲିବ ରତ୍ନଭଣ୍ଡାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୧୮ ତାରିଖ ଅର୍ଥାତ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରେ ଗଣମାଧ୍ୟମକୁ ଜଷ୍ଟିସ୍‍ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ଗୁରୁବାର ୧୮ ତାରିଖ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯିବ ସୂଚନା ଦେଇଛନ୍ତି ଜଷ୍ଟିସ୍‍ ରଥ ।

ସେ କହିଛନ୍ତି, ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଖୋଲାଯିବ। ରତ୍ନ ଭଣ୍ଡାର ଖୋଲିବା ନେଇ ଶୁଭ ମୂହର୍ତ୍ତ ବାହାରିଛି। ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହର୍ତ୍ତ ରହିଛି। ଏହି ସମୟ ମଧ୍ୟରେ ଭିତର ରତ୍ନ ଭଣ୍ଡାର ତାଲାକୁ ଖୋଲାଯିବ। ଏହି ସମୟରେ ନୀତିକାନ୍ତିରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ତା’ ଉପରେ ଦୃଷ୍ଟି ଦିଆଯିବ।

ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଭିତର ଭଣ୍ଡାର ତାଲା ଖୋଲି ଭିତରକୁ ଯିବୁ। ସେଠାରେ ଥିବା ଜିନିଷ ପତ୍ର ଗୁଡ଼ିକୁ ଆଖିରେ ଦେଖିବୁ। ଏହାପରେ ଅଳଙ୍କାର ଗୁଡ଼ିକ ଯତ୍ନ ସହକାରେ ନୂତନ ଆଲମିରାକୁ ଓ ସିନ୍ଦୁକକୁ ସ୍ଥାନାନ୍ତରଣ କରିବୁ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ରତ୍ନ ଭଣ୍ଡାରରେ ଆଲମିରା ଓ ସିନ୍ଦୁକ ଗୁଡ଼ିକ ଚାରିପଟେ କାନ୍ଥକୁ ଲାଗି ରହିଛି। ଭିତର ରତ୍ନ ଭଣ୍ଡାରରେ କାନ୍ଥ ଦେଖାଯାଉ ନାହିଁ। ଆଲମିରା ଓ ସିନ୍ଦୁକରେ କ’ଣ ରହିଛି, ତା’ ତଳେ କ’ଣ ରହିଛି ଆମେ ଦେଖିନାହୁଁ।  ରତ୍ନଭଣ୍ଡାର ଗଣତି ମଣତି କରାଯିବା ବେଳେ ଭିଡ଼ିଓଗ୍ରାଫି କରାଯିବ ବୋଲି ଜଷ୍ଟିସ୍‍ ରଥ କହିଛନ୍ତି ।

Leave A Reply

Your email address will not be published.