୧-ଆଜି ହୀରାକୁଦ ଡ୍ୟାମରେ ଶୁଭିବ ଜଳର ଗର୍ଜନ, ସକାଳ ୧୧ଟାରେ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।
୨-ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷାବଳୟରେ ପୁରୀ। ଆଜି ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି।
୩-ପୁରୀ : ଦେବଦାସୀ ପରଶମଣିଙ୍କ ୯୦ବର୍ଷ ବୟସରେ ବିୟୋଗ ।ପୋଷ୍ୟପୁତ୍ର ପ୍ରସନ୍ନ କୁମାର ଦାସ ଦେଲେ ମୁଖାଗ୍ନି ।
୪-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା। ଦଶମ ଆଧାରରେ ମାର୍କ ଦିଆଯାଉଥିବାରୁ ଆଶଙ୍କାରେ ଛାତ୍ରଛାତ୍ରୀ।
୫-ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୁମୁଳ କାଣ୍ଡ।ଡାକ୍ତର ଓ ସହାୟକକୁ ମାଡ଼, ୨ ଗିରଫ।
୬-ଗୋଆ ବିଚ୍ ରୂପ ନେବ ଓଡିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଛଅଟି ସମୁଦ୍ରାଞ୍ଚଳରେ ହେବ ବିକାଶ।
୭-ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ, ପୁଣି ଏକ ଗୀତ ଗାଇ ଚର୍ଚ୍ଚାରେ।
୮-ମୁଁ ଦୁର୍ଘଟଣାର ଶିକାର ହୋଇନି କି ମରିନି, ଅପପ୍ରଚାର କରନ୍ତୁ ନାହିଁ- ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା
୯-କଳାହାଣ୍ଡି: ବାଘ ଛାଲ ରାକେଟର ପର୍ଦ୍ଦାଫାସ, ଦୁଇ ଦିନରେ ଗିରଫ ହେଲେଣି ୭ ବେପାରୀ।
୧୦-ଚିନ୍ତା ବଢାଉଛି କରୋନା ସଂକ୍ରମଣ । କେରଳ ଓ ମହାରାଷ୍ଟ୍ରରେ ପୁଣି ଉପର ମୁହାଁ କରୋନା ଗ୍ରାଫ । ଦେଶରେ ଗତ ୨୪ ଘଣ୍ଟାରେ ୪୨, ୭୬୬ ଜଣ ଆକ୍ରାନ୍ତ ଚିହ୍ନଟ ।
୧୧-ଉତ୍ତର ପ୍ରଦେଶରେ ୨ରୁ ଅଧିକ ସନ୍ତାନ ଥିଲେ ମିଳିବ ନାହିଁ ସରକାରୀ ଚାକିରି।
୧୨-ଲଣ୍ଡନ:ଚେକ୍ ରିପବ୍ଲିକ୍ର କାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରି ,ବାର୍ଟି ପ୍ରଥମଥର ୱିମ୍ବଲଡନ୍ ଚମ୍ପିଆନ୍।