“ଭେଡିଆ”- ବରୁଣ ଧୱନ ଓ କ୍ରିତି ସାନନ୍ ଙ୍କ ନୂଆ ଚଳଚ୍ଚିତ୍ର

0

ବଲିଉଡ ଅଭିନେତା ବରୁଣ ଧାୱନ ଓ କ୍ରିତି ସାନନ୍ ଙ୍କ ନୂଆ ଆଗାମୀ ଚଳଚ୍ଚିତ୍ର ର ନାଁ ହେଉଛି “ଭେଡିଆ” | ଯାହା କି 14 ଏପ୍ରିଲ 2022 ରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଅମର କୌଶିକ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଦୀନେଶ ଭଜନଙ୍କ ଦ୍ୱାରା ନିର୍ମିତ, ଏଥିରେ ମୁଖ୍ୟ ଭୂମିକାରେ ବରୁଣ ଧାୱନ ଏବଂ କ୍ରିତି ସାନନ୍ ଅଛନ୍ତି | ଚଳଚ୍ଚିତ୍ରର ନିର୍ମାତା ଦୀନେଶ ଭଜନଙ୍କ ସ୍ତ୍ରୀ ଓ ରୁହି ଭଳି କମେଡି ଭୁତ ଫିଲ୍ମ ତିଆରି କରି ସାରିଛନ୍ତି | ଭେଡିଆ ପାଇଁ ସୁଟିଂ ଶେଷ ହୋଇ ସାରିଛି । ପ୍ରାୟତଃ ସୁଟିଂ ଅରୁଣାଚଳ ପ୍ରଦେଶର ଅଞ୍ଚଳରେ କରାଯାଇଛି | ସୋସିଆଲ ମିଡିଆ ମାଧ୍ୟମ ରେ “ଭେଡିଆ” ର ନୂତନ ମୋସନ ପୋଷ୍ଟର ଉନ୍ମୋଚନ ହୋଇଅଛି |ଯାହା କି ଦର୍ଶକଙ୍କ ମନରେ ଦ୍ୱନ୍ଦ୍ୱ ଏବଂ ଆଶା ଜମାଇଛି | ପ୍ରକୃତ ରେ ଚଳଚ୍ଚିତ୍ର ଟି କାହା ଉପରିୟ ପରିଵେର୍ଶିତ | “ଭେଡିଆ” କ୍ରିତି ସାନନ୍ ଙ୍କ ପ୍ରଥମ କମେଡି ଭୁତ ଫିଲ୍ମ ବୋଲି ସେ ଇନ୍ଷ୍ଟଗ୍ରାମ ମାଧ୍ୟମ ରେ ଜଣାଇଛନ୍ତି | କ୍ରିତି ସାନନ୍ ଇନ୍ଷ୍ଟଗ୍ରାମ ରେ ବରୁଣ ଧାୱନ ଙ୍କୁ ଧନ୍ୟବାଦ ଦବା ସହ , ସେ ଜଣେ ବଡ ମନୋରଞ୍ଜନକାରୀ ବୋଲି କହିଛନ୍ତି | ଏବଂ ଅମର କୌଶିକ ତାଙ୍କୁ ସ୍ମରଣୀୟ ଚରିତ୍ର ଦେଇଥିବାରୁ ତାଙ୍କୁ ମଧ୍ୟ୍ୟ ଧନ୍ୟବାଦ ଜଣାଇଛନ୍ତି | ଚଳଚ୍ଚିତ୍ର ଟି ଭଲ ବା ଦର୍ଶକଙ୍କ ମନୋରଂଞ୍ଜନ କରିପାରିବ ବୋଲି ଆଶାବାଦୀ |

Leave A Reply

Your email address will not be published.