ଆଜିର ମୁଖ୍ୟ ଖବର

0

୧-ଆଜିଠୁ ଖୋଲିବ ଶ୍ରୀମନ୍ଦିର,୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ।ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ।

୨-ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍, ପୂର୍ବରୁ ୧୪ ଜିଲ୍ଲାରେ ରହିଛି।

୩-ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦରେ ଲାଗୁ ହେବ ସ୍କିମ୍‌ ଅଫ ଆସେସମେଣ୍ଟ ବ୍ୟବସ୍ଥା।

୪-ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ,କାର୍ଯ୍ୟ ସ୍ୱଚ୍ଛତା ଉପରେ ଗୁରୁତ୍ୱ।

୫-ଆଜିଠୁ +୨ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ, ସେପ୍ଟେମ୍ବର ୫ ଯାଏଁ www.samsodisha.gov.in ମାଧ୍ୟମରେ କରିପାରିବେ ଆବେଦନ।

୬-ଓବିସି ଚିହ୍ନଟ ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବିଜେଡି ସଂସଦୀୟ ପ୍ରତିନିଧି ଦଳ।

୭-ହକି ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ।

୮-ଚାନ୍ଦିପୁରରୁ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ, ବ୍ୟବହୃତ ହୋଇଛି ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌।

୯-ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁଙ୍କ ପତ୍ନୀ, ଆବେଦନ କଲେ ଆଗୁଆ ଜାମିନ୍‌।

୧୦-ନୀରଜଙ୍କ ସମ୍ମାନାର୍ଥେ, ଅଗଷ୍ଟ ୭ ଜାତୀୟ ଜାଭେଲିନ୍‌ ଦିବସ ପାଳନ କରିବ ଏଏଫ୍‌ଆଇ

୧୧-ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମାଣ ହେବ ରେଳ ଷ୍ଟେସନ।

୧୨-ଏଟିଏମ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ମହଜୁଦ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶ।

୧୩-ଶେଷ ହେଲା ମୌସୁମୀ ଅଧିବେଶନ ; ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ।

Leave A Reply

Your email address will not be published.