ଆଜିର ମୁଖ୍ୟ ଖବର

0

୧-ସ୍ପାଇକ୍ ପ୍ରୋଟିନରେ ୩୦ଥର ଋପ ବଦଳାଇଛି ଓମିକ୍ରନ୍, ପ୍ରଭାବହୀନ ହୋଇପାରେ କରୋନା ଟିକା: ରଣଦୀପ ଗୁଲେରିଆ ।

୨-ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖବର । ମହଙ୍ଗା ହେଲା ଜିଓ ରିଚାର୍ଜ । ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ଟାରିଫ ପ୍ଲାନ ସମଗ୍ର ଦେଶରେ ଲାଗୁ ହେବ ।

୩-ପଦ୍ମଶ୍ରୀ ନନ୍ଦ ପୃଷ୍ଟି ସାରଙ୍କ ବଡ ପୁଅକୁ ଆକ୍ରମଣ । ନନ୍ଦ ସାରଙ୍କୁ ବି ଆକ୍ରମଣ ଧମକ ଦେଲେ କିଛି ଅସାମାଜିକ ଯୁବକ ।

୪-ଓମିକ୍ରନକୁ ନେଇ ବଢୁଛି ଚିନ୍ତା । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି, ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ।

୫-ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ ।

୬-ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଏନଡିଏର ବୈଠକ, ‘ସିଏଏ’ ଆଇନ ପ୍ରତ୍ୟାହାର ନେଇ ଉଠିଲା ଦାବି ।

୭-ଚାଲୁରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ସମାପ୍ତି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

୮-ବାତିଲ ହେଲା UPTET ପରୀକ୍ଷା: ଆଡମିଟ୍ କାର୍ଡ ଦେଖାଇ ମାଗଣାରେ ଘରକୁ ଯାଇପାରିବେ ପରୀକ୍ଷାର୍ଥୀ ।

୯-ପେପର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚାଲିବ: ଯୋଗୀ ଆଦିତ୍ୟନାଥ ।

୧୦-କରୋନା ମାଡ଼ରେ ନ୍ୟାୟ ବିଳମ୍ବିତ, ପଶ୍ଚିମ ଓଡ଼ିଶାରେ ଗଡ଼ୁଛି ୩.୭୫ ଲକ୍ଷ ମାମଲା ।

୧୧-ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ ପ୍ରଫେସର ।

୧୨-ନୂତନ କରୋନା ଭାରିଆଣ୍ଟ ଓମିକ୍ରନ୍ କୁ ଶୀଘ୍ର ଚିହ୍ନଟ କରିବା ଏବଂ ଏହାର ସୂଚନା ବିଶ୍ଵକୁ ବାଣ୍ଟିବା ପାଇଁ ଆମେରିକା ଦକ୍ଷିଣ ଆଫ୍ରିକାକୁ ପ୍ରଶଂସା କରିଛି।

୧୩-ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ।

୧୪-ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ ୪ଟାରୁ ବନ୍ଦ ରହିବ ଦର୍ଶନ ।

୧୫-ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି- ରାଜ୍ୟରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

୧୬-ଓମିକ୍ରୋନ୍‌ ଚିନ୍ତା ବଢ଼ିଲା, ଡିସେମ୍ବର ପହିଲାରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍‌ ।

୧୭-ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ ।

୧୮-ଦେଶରେ ବଢ଼ୁଛି ବେକାରୀ ସଂଖ୍ୟା: ସିଏମଆଇର ତଥ୍ୟ, ଅକ୍ଟୋବର ତୁନଳାରେ ନଭେମ୍ବରରେ ବୃଦ୍ଧିପାଇଛି ୮ ପ୍ରତିଶତ ବେକାରୀ ।

୧୯-ଏବେବି ୪ ଲକ୍ଷ ଟ୍ରାକ୍ଟର ମହଜୁଦ, ଜାନୁୟାରୀ ୨୬ ପାଖେଇ ଆସିଲାଣି: MSPକୁ ନେଇ ଟିକାୟତଙ୍କ ଖୋଲା ଚ୍ୟାଲେଞ୍ଜ ।

Leave A Reply

Your email address will not be published.