MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE

0

ଆଜିଠାରୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ ହୋଇଛି । ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାଉନସେଲିଂକୁ ଓଜେଇଇ ତରଫରୁ ସ୍ଥଗିତ ରଖାଯାଇଛି । ତେବେ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ପଞ୍ଜୀକରଣକୁ ଓଜେଇଇ ଅଧ୍ୟକ୍ଷ ଘୁଞ୍ଚାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଆଜିଠାରୁ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ପାଇଁ ପୂର୍ବରୁ ଓଜେଇଇ ପକ୍ଷରୁ ଗତ ୨୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ ଓ ବିଡିଏସରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ କାଉନସେଲିଂ ହେବ ବୋଲି କୁହାଯାଇଥିଲା । ଏନେଇ ସବିଶେଷ ତଥ୍ୟ ପାଇବା ପାଇଁ ଛାତ୍ରଛାତ୍ରୀମାନେ http://www.ojee.nic.in  / http://www.odishajee.com  ୱେବସାଇଟ୍ ପରିଦର୍ଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଥିଲା । ନିଟରେ ରାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀମାନେ ୱେବସାଇଟ ଲଗ୍ ଇନ୍ କରି କାର୍ଯ୍ୟସୂଚୀ ଦେଖିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କାଉନସେଲିଂ ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ ହେବ ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା ।

Leave A Reply

Your email address will not be published.