ଆସନ୍ତାକାଲି ସମ୍ବଲପୁରୀ ଦିନ, ନାଚଗୀତରେ ଝୁମିବ ପଶ୍ଚିମ ଓଡ଼ିଶା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲି ଅଗଷ୍ଟ ୧ରେ ଅର୍ଥାତ୍ ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ । ସମ୍ବଲପୁରୀ ଭାଷାର ପ୍ରତିଷ୍ଠାତା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ପାଳିବେ ପଶ୍ଚିମ ଓଡ଼ିଶାବାସୀ । ନିଜ ଭାଷା ସଂସ୍କୃତି କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ସମ୍ବଲପୁରୀ ପିନ୍ଧିବେ, ସମ୍ବଲପୁରୀ ଖାଇବେ , ସମ୍ବଲପୁରୀ ନାଚଗୀତରେ ଝୁମିବେ ବିଭିନ୍ନ ସଂଗଠନ । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ନାତ ଗୀତ ପାଇଁ ପ୍ରସ୍ତୁତ ହେଲେଣି ପୁରା ସହର । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେବ ସମ୍ବଲପୁରୀ ଦିନ । ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ସାହିତ୍ୟ ତଥା ଭାଷାର ସ୍ରଷ୍ଠା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ଯାହାକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳିବେ ସମ୍ବଲପୁର ବାସୀ ।

ସମ୍ବଲପୁରୀ ପିନ୍ଧିବେ, ସମ୍ବଲପୁରୀ ଖାଇବେ , ସମ୍ବଲପୁରୀ ନାଚଗୀତରେ ଝୁମିବେ ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁର କଚେରୀ ରୋଡ଼, ଗଙ୍ଗାଧର ମଣ୍ଡପ ଓ ହୀରାକୁଦ ରେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି ଏହି ସମ୍ବଲପୁରୀ ଦିନ୍‌ । ବରିଷ୍ଠ କଳାକାର ଠାରୁ ଆରମ୍ଭ କରି କନିଷ୍ଠ କଳାକାର କରିଛନ୍ତି ଜୋରଦାର ପ୍ରସ୍ତୁତି ।

Leave A Reply

Your email address will not be published.