ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି, ବନ୍ଦ ରହିବ ସାଧାରଣ ଦର୍ଶନ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତାକାଲି ମାହାପ୍ରଭୁଙ୍କ ବନକଲାଗି ନୀତି ହେବାକୁ ଯାଉଛି । ବହୁ ବାଦ ବିବାଦ ପରେ ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଜ ଜିଦରେ ଅଟଳ ରହିଥିବାରୁ ବନକଲାଗି ନୀତି ହୋଇପାରିନଥିଲା ।

ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହୁଥିବା ବେଳେ ଗୁରୁବାର ନୀତି କରିବା ପାଇଁ ଦାବି କରିଥିଲେ ଦତମହାପାତ୍ର ସେବାୟତ । ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବୁଧବାର ବନକଲାଗି ନୀତି କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ସୁପାରିଶ କରିଥିଲା । ଗତକାଲି ରତ୍ନଭଣ୍ଡାର ମରାମତି ନିହାତି ଆବଶ୍ୟକ ବୋଲି ହାଇକୋର୍ଟରେ ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥଇଲା । ତେବେ ଦୀର୍ଘ ମାସେ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

Leave A Reply

Your email address will not be published.