ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା: ୩ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

0

ବାରଙ୍ଗ(ଓଡ଼ିଆ ନ୍ୟୁଜ୍‌): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ପୋଲିସର କଡ଼ା କାର‌୍ୟ୍ୟାନୁଷ୍ଠାନ। ଆକ୍ରମଣରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅପର ଘଟଣାର ତଦନ୍ତ କରି ଦୋଷୀ ଠିକାଦାର ସଂସ୍ଥା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ। ସୂଚନା ଥାଉକି, ରବିବାର ନନ୍ଦନକାନନ ବସ୍ ସଫାରୀ ଟିକେଟ କାଉଣ୍ଟରରେ ଛତିଶଗଡ଼ର କିଛି ପର୍ଯ୍ୟଟକ ଟିକେଟ କାଟିବାକୁ ବାଧ୍ୟ କରିବା ପରେ କାଉଣ୍ଟର କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ନନ୍ଦନକାନନ ସଫାରୀ ବସ୍ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ପର‌୍ୟ୍ୟଟକ ଆହତ ହୋଇଥିଲେ।

Leave A Reply

Your email address will not be published.