ପାନ ଦୋକାନ ଉପରେ ଚଢିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଦୋକାନୀ

0

ଓଡ଼ିଆ ନ୍ୟୁଜ୍: ପାନ ଦୋକାନ ଉପରେ ଚଢିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ବଜାରରେ। ମିଳିଥିବା ସୂଚନା ଅନୁଯାୟୀ ସୁଶୀଲ ଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ଜପକୁଦ ବଜାରରେ ପାନ ଦୋକାନ କରିଥିଲେ। ଆଜି ସକାଳେ ହଠାତ୍ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଆସି ପାନ ଦୋକାନ ଭିତରକୁ ପଶିଯାଇଥିଲା।

ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଦୋକାନୀ ସୁଶୀଲ ଏବଂ ଅନ୍ୟ କିଛି ବ୍ୟକ୍ତି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିଲେ। ଖବର ପାଇ ସାଲେପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

Leave A Reply

Your email address will not be published.