ରାଜ୍ୟରେ ଆରମ୍ଭ ହେବ ଟ୍ରାଫିକ ୱାଡେନ୍ ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ୍: ଜିଲ୍ଲାସ୍ତରରେ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବ ପୋଲିସ।ଏକ ଉଚ୍ଚସ୍ତରୀୟ ବୈଠକରେ ଡିଜିପିଙ୍କ ନିର୍ଦେଶ।ସଡ଼କ ଦୁର୍ଘଟଣା କମାଇବା, ଟ୍ରାଫିକ୍ ନିୟମର କଡ଼ା କାର୍ଯ୍ୟାନ୍ବୟନ।ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ ପୋଲିସ ଅଧିକାରୀ।ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ ଜିଲ୍ଲାରେ ଟ୍ରାଫିକ୍ ୱାଡେନ୍ ନିଯୁକ୍ତ ହେବେ, ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼। ଏହି ନିଯୁକ୍ତି ଦାୟିତ୍ବ ଜିଲ୍ଲାର ଏସପି ମାନଙ୍କୁ ଦିଆଯିବ । ସେମାନଙ୍କୁ ଟ୍ରାଫିକ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଛି ଦୁର୍ଘଟଣାର ହାର ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.