ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କରଞ୍ଜିଆର ଅଗ୍ରୱାଲ ନାମକ ଘରୋଇ ବସ ରେ ଚାଲିଥିଲା ଚୋରା ସ୍କ୍ରାପ୍ ବେଟ୍ରି ଏବଂ ତାର ସହିତ ଗଞ୍ଜେଇ ଚାଲାଣ | ମୟୁରଭଞ୍ଜ ଜିଲ୍ଲା ର ବିଶୋଇ ପୋଲିସକୁ ଏକ ଘରୋଇ ବସରେ କିଛି ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ ତାର ସହିତ ଗଞ୍ଜେଇ ଚାଲାଣ ହୋଉଥିବା ସୂଚନା ପାଇ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଖଡ଼ମବେଡା ପଞ୍ଚାୟତର ରାଜାବସା ପାଖରେ ଚେକିଂ କରୁଥିବା ସମୟରେ କେଉଁଝର ରୁ ଭାୟା କରଞ୍ଜିଆ ହୋଇ କଲିକତା ଅଭିମୁଖେ ଯାଉଥିବା କରଞ୍ଜିଆର ଅଗ୍ରୱାଲ ନାମକ ଏକ ଘରୋଇ ବସରେ ବ୍ୟାଟେରି ଓ ଇଲେକ୍ଟ୍ରିକ ତାର ସହିତ ୪୮କେଜି ଗଞ୍ଜେଇ ଜବତ କରିଥିବା ଜଣା ପଡିଛି ।
ତେବେ ଅଗ୍ରୱାଲ ବସରେ ଯାଉଥିବା ବ୍ୟାଟେରି ଏବଂ ତାରର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ଏବଂ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ତେବେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ଜଣ ମହିଳା ଏବଂ ଜଣେ ଯୁବକ କୁ ବିଶୋଇ ପୋଲିସ ଅଟକ ରଖିଛନ୍ତି।
ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶର ରାମସାକ୍ଷୀ ଦେବି, ଲାକି ବାନାର୍ଜୀ ଏବଂ ଯୁବକ ଜଣଙ୍କ ବୋରୁଣ ବାନାର୍ଜୀ ୱେଷ୍ଟ ବେଙ୍ଗଲ ର ବୋଲି ଜଣା ପଡିଛି ବେଳେ ବ୍ୟାଟେରୀ ତାରରେ ସମ୍ପୃକ୍ତ ଥିବା ବସ କଣ୍ଡକ୍ଟର ଅଜିତ କୁମାର ବେହେରାକୁ ମଧ୍ୟ ଓଟକ ରଖି ପୋଲିସ ତଦନ୍ତ ଜାରି ରଖିଛନ୍ତି ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଉମାଶଙ୍କ ର ମହାରଣା ଗଣମାଧ୍ୟମକୁ କହିଛନ୍ତି।