ଶିକ୍ଷକ ଅଭାବରୁ ବିଦ୍ୟାଳୟ ରେ ତାଲା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଶିକ୍ଷକ ଅଭାବରୁ ବିଦ୍ୟାଳୟ ରେ ତାଲା ପକେଇ ରାସ୍ତା ଉପରେ ବେଗ ବସ୍ତାନି ଧରି ବସିଲେ ଛାତ୍ରଛାତ୍ରୀ | ଠାକୁରମୁଣ୍ଡା ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ପ୍ରାଥମିକ ଶିକ୍ଷା କୁ ଶିକ୍ଷାର ମୂଳଦୁଆ କହୁଥିଲା ବେଳେ, ସେହି ମୂଳଦୁଆ ଏବେ ଦୁର୍ବଳ ହେବାକୁ ବସିଛି। ସରକାର ଶିକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟକରି ୫ଟି ଯୋଜନା, ସର୍ବଶିକ୍ଷା ଅଭିଯାନ, ଉଜ୍ଜଳ ଉଥାନ ପ୍ରଭୃତି ଯୋଜନାରେ ଅର୍ଥ ଖର୍ଚ୍ଚ କରିବା ସହ ଆଦିବାସୀ ବାଳିକା ବାଳକ ପାଇଁ ଛାତ୍ର ନିବାସ, ଆଶ୍ରମ ବିଦ୍ୟାଳୟ ଓ ଅଧାରୁ ପାଠ ଛାଡୁଥିବା ବାଳିକାଙ୍କ ପାଇଁ କୌସ୍ତୁରବା ବାଳିକା ବିଦ୍ୟାଳୟ।

ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦେଉଥିବା ବେଳେ। ଶିକ୍ଷାର ମାନ ଏବେ ରସାତଳ କୁ ଯିବାର ଦେଖାଦେଲାଣି। ସରକାର ଗାଁ ଗାଁରେ ବିଦ୍ୟାଳୟ ଖୋଲିଦେଲେ ମାତ୍ର ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଅନୁସାରେ ଶିକ୍ଷକ ନଥିବା ବେଳେ, ଶିକ୍ଷା ର ବିକାଶ ଠପ୍ ହେବାକୁ ବସିଲାଣି। ତେବେ ଏମିତି ଉଦାହରଣ ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ ସମ୍ମୁଖରେ ଥିବା ନିହାଣଗଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟ ଟି ବ୍ଳକ ଶିକ୍ଷା ବିଭାଗ କର୍ଯ୍ୟାଳୟ ଠାରୁ ମାତ୍ର ୧ କିମି ଦୂର ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ । ବିଦ୍ୟାଳୟରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ଶ୍ରେଣୀ ରେ ୧୬୭ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ସହିତ ୩ ଜଣ ଶିକ୍ଷୟତ୍ରୀ ଅଛନ୍ତି । ତେବେ ପ୍ରଧାନ ଶିକ୍ଷୟତ୍ରୀ ଜଣକ ବିଭିତ୍ତ ସମୟରେ ଅଫିସ କାମ କଲେ ।

ତିନି ଜଣ ଶିକ୍ଷୟତ୍ରୀ ୮ଟି ଶ୍ରେଣୀରେ ଥ‌ିବା ୧୬୭ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରନ୍ତି । ବିଗତ ଛଅ ମାସରୁ ଅଧ‌ିକ ହେବ ୪ ଜଣ ଶିକ୍ଷୟତ୍ରୀ, ଶିକ୍ଷାଦାନ କରୁଥିବା ବେଳେ ଶିକ୍ଷାଦାନରେ ଘୋର ଅସୁବିଧା ଦେଖା ଦେବା ସହ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ଦେଖୁ ଅଭିଭାବକ ଓ ଛାତ୍ରଛାତ୍ରୀ ସୋମବାର ଦିନ ସ୍କୁଲ ଗେଟ ସମ୍ମୁଖରେ ତାଲା ପକେଇ ଧାରଣା ରେ ବସିଲେ। ଖବର ପାଇ ଠାକୁରମୁଣ୍ଡା ବିଇଓ ରାମଚନ୍ଦ୍ର ନାଏକ ସ୍କୁଲ ରେ ପହଞ୍ଚି ଅଭିଭାବକ ସହିତ ଆଲୋଚନା କରି ଶିକ୍ଷକ ଅଭାବ ଥ‌ିବା ପ୍ରକାଶ କରିଥିଲେ, ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଜିଧ ରେ ଅଟଳ ରହିବାରୁ ତୁରନ୍ତ ଗୋଟିଏ ଦିନ ଭିତରେ ସ୍କୁଲ କୁ ଶିକ୍ଷକ ଦିଆଯିବ କହିବା ପରେ ଆନ୍ଦୋଳନରୁ ଓହରି ଯାଇଥିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ |

Leave A Reply

Your email address will not be published.