ଓଡ଼ିଆ ନ୍ୟୁଜ୍:ଭୁବନେଶ୍ବର ରେଳ ଷ୍ଟେସନରରୁ ତୀର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ। ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ତରଫରୁ ତୀର୍ଥଯାତ୍ରୀ ଯୋଜନା।୨୦୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ନେଇ ଗଡ଼ିଲା ଟ୍ରେନ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଟ୍ରେନ। ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
ଢେଙ୍କାନାଳରୁ ୧୦୮, ଜଗତସିଂହପୁରରୁ ୮୫, ପୁରୀରୁ ୧୨୭,କେନ୍ଦ୍ରାପଡ଼ାରୁ ୮୯, କଟକରୁ ୧୯୭ ଓ ଖୋର୍ଦ୍ଧାରୁ ୧୬୯ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ସେମାନଙ୍କ ସହ ଯାଉଛନ୍ତି ୨୫ ଜଣ ଏସ୍କର୍ଟ ଗାଇଡ।