ତୋଡ଼ା ଜଙ୍ଗଲରେ ଚାଲିଛି ଟ୍ରାଙ୍କୁଲାଇଜ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆତଙ୍କ ଖେଳାଇଥିବା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ ଉଦ୍ୟମ।ସୁନ୍ଦରଗଡ଼ ଜିଲ୍ଲା ଜାମୁଡିହି ସେକ୍ସନ୍ ତୋଡ଼ା ଜଙ୍ଗଲରେ ଚାଲିଛି ଟ୍ରାଙ୍କୁଲାଇଜ୍। ୩ଜଣ ସାଇଣ୍ଟିଷ୍ଟ, କପିଳାସର ଗୋଟେ ଟିମ୍, ଭେଟେନାରୀର ଟିମ୍ , ରାଉରକେଲା ଆରସିସିଏଫ ଏବଂ ପାଖାପାଖି ୬୦ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହାପରେ ହାତୀ ଶରୀରରେ ରେଡିଓ କଲାର ଲଗାଯାଇଥିବା ବେଳେ ଏବେ ହାତୀର ଗତିବିଧି ଉପରେ ବନ ବିଭାଗର ରଖିବ ତୀକ୍ଷଣ ନଜର।

ଫଳରେ ଧନଜୀବନ ହାନୀ କରିବା ପୂର୍ବରୁ ବିହିତ ପଦକ୍ଷେପ ଗ୍ରହଣ କରା ଯାଇ ପାରିବ ବୋଲି କହିଛନ୍ତି ବନ ଅଧିକାରୀ। ମାତ୍ର ହାତୀ ଆତଙ୍କରେ ଅତିଷ୍ଠ ହୋଇ ପଡ଼ିଥିବା ଅଞ୍ଚଳବାସୀ ଏଥିରେ ସନ୍ତୁଷ୍ଟ ହୋଇ ପାରି ନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅଧୀନ ତୋଡା ଫରେଷ୍ଟ ଅଞ୍ଚଳରେ ଆଜି ଦନ୍ତା ହାତୀକୁ ଟ୍ରାଂକୁଲାଇଜ କରା ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ଟିମ୍‌ରେ ୬୦ ଜଣ ଅଧିକାରୀ ଓ କର୍ମଚାରୀ ତୋଡା ଫରେଷ୍ଟ ଅଞ୍ଚଳରେ ପହଞ୍ଚିଥିଲେ।

ଏହି ଟିମ୍‌ରେ ରାଉରକେଲା ଆରସିସିଏଫ , ବଣାଇ ଡିଏଫ୍ ଓ ସାତକୋଶିଆ , ରାଉରକେଲା, କପିଳାସରୁ ଆସିଥିବା ଟିମ୍‌ ବି ସାମିଲ ହୋଇଥିଲେ। କିଛି ବର୍ଷ ହେଲା ଏହି ହାତି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ନକେଦମ ହୋଇଥିଲେ ଗ୍ରାମବାସୀ। ୧୫ରୁ ଅଧିକ ଲୋକଙ୍କ ଦନ୍ତା ହାତୀଟି ଦଳି ମାରିବା ସହିତ ଧନ ସମ୍ପତି ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ହାତୀଟିକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନ ବିଭାଗ ପାଖରେ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

Comments are closed.