ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର କେନାଲରେ ଗାଧୋଇଲା ବେଳେ ଭାସି ଗଲେ ମହିଳା । ଭାସିଯାଇଥିବା ମହିଳା ଜଣଙ୍କ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ ସାହି ବାସିନ୍ଦା ଅଶୋକ ସାମଲଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣ୍ଣିମା ସାମଲ ।

ସୂଚନା ମୁତାବକ, ପୂର୍ଣ୍ଣିମା ନିଜ ସମ୍ପର୍କୀୟଙ୍କ ସହ ସକାଳେ ଗାଧୋଇବା ପାଇଁ କେନାଲକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟମାନେ ତାଙ୍କୁ ଲୁଗା ପକାଇ ଚେଷ୍ଟା କରିବା ବେଳେ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ ।

ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ରିର୍ପ୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାଯାଇଛି।

Leave A Reply

Your email address will not be published.